କଟକ, ୬/୧୧ – ଶ୍ରୀ ଶ୍ରୀ ବିଶ୍ଵବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବାକୁ ଗୁରୁବାର ରାତିରେ ଆସି ପହଞ୍ଚିଛନ୍ତି ବିଶିଷ୍ଟ ମାନବବାଦୀ ତଥା ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର। ସେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କ ଦର୍ଶନ ଟିକିଏ ପାଇବାକୁ ବିମାନ ବନ୍ଦର ବାହାରେ ଜନସାଧାରଣଙ୍କ ଭିଡ଼ ଜମିଥିଲା। ଶୁକ୍ରବାର ବିଶ୍ଵବିଦ୍ୟାଳୟ ପରିସରରେ ସେ ଅନ୍ତର୍ଜାତୀୟ ଅଷ୍ଟିଓପ୍ୟାଥି କନଭେନସନକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ଥିବାବେଳେ ଅପରାହ୍ନରେ ଭୁବନେଶ୍ବରସ୍ଥିତ ଲୋକସେବା ଭବନ କନଭେନସନ ହଲରେ ବ୍ୟୁରୋକ୍ରାଟ୍ ସମ୍ମିଳନୀକୁ ସମ୍ବୋଧିତ କରିବେ। ସୂଚନାଯୋଗ୍ୟ, ଗୁରୁଦେବ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ଏହି ଗସ୍ତ ସମୟରେ ରାଜ୍ୟ ସରକାର ତାଙ୍କୁ ରାଜ୍ୟ ଅତିଥି ମାନ୍ୟତା ପ୍ରଦାନ କରିଛନ୍ତି ।



