BJD Bijuli 480×75 Mob

ବିଶ୍ବର ସବୁଠୁ ଦାମୀ ଚକୋଲେଟ୍ : ମୂଲ୍ୟ ୬ଲକ୍ଷ ଟଙ୍କା

BJD Bijuli 480×75 Mob
0

୬ଲକ୍ଷ ମୂଲ୍ୟର ମହଙ୍ଗା ଚକୋଲେଟ୍
ଖାଦ୍ୟପାନୀୟ ତଥା ବିଳାସମୟ ଜୀବନଯାପନ ନିମନ୍ତେ ବର୍ତ୍ତମାନ ଲୋକେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିବାକୁ ଆଦୌ ମନ ଊଣା କରୁନାହାନ୍ତି। ଏଇ ନିକଟରେ ପର୍ତ୍ତୁଗାଲର ଅବିଡାସ୍ ସହରରେ ଅନ୍ତଃରାଷ୍ଟ୍ରୀୟ ଚକୋଲେଟ୍ ଉତ୍ସବ ଅନୁଷ୍ଠିତ ହୋଇଥିଲା। ସେଥିରେ ବିଶ୍ବର ସବୁଠୁ ଦାମୀ ମହଙ୍ଗା ଚକୋଲେଟ୍ ପ୍ରଦର୍ଶିତ ହୋଇଥିଲା। ଏହି ଚକୋଲେଟ୍ ପ୍ୟାକେଟର ମୂଲ୍ୟ ୬ଲକ୍ଷ ଟଙ୍କା ବୋଲି ପ୍ରକାଶ। ଦାମୀ ବାକ୍ସରେ ଉପଲବ୍ଧ ଏହି ଚକୋଲେଟ ନାମ ‘ଗ୍ଲୋରିୟସ୍’ ରଖାଯାଇଛି। ବର୍ଷେ ତଳୁ ସେଠା କମ୍ପାନୀ ଏହି ଚ‌େ​‌କାଲେଟ୍ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ବର୍ତ୍ତମାନ ଏହା ମାତ୍ର ୧ହଜାର ସଂଖ୍ୟାରେ ପ୍ରସ୍ତୁତ କରାଯାଇ ଦୁବାଇ, ରୁଷ, ଆମେରିକାକୁ ପ୍ରେରଣ କରାଯାଇଛି। ଆଗାମୀ ଦିନରେ ଲୋକଙ୍କ ଚାହିଦା କ୍ରମେ ଏହି ଦାମୀ ଚକୋଲେଟ୍ ତିଆରି ହେବ। ଗିନିଜ୍ ବୁକ୍ ଅଫ୍ ୱାଲର୍ଡ ରେକଡର୍ସରେ ଏହା ବିଶ୍ବର ସବୁଠୁ ମହଙ୍ଗା ଚକୋଲେଟର ସ୍ବୀକୃତି ପାଇଛି। ୨୩ କ୍ୟାରେଟ୍ ସୁନାର ମିଶ୍ରଣରେ ପ୍ରସ୍ତୁତ ଏହି ଚକୋଲେଟ୍ ଖୁବ୍ ସୁଆଦିଆ ହେବା ସହ ସ୍ବାସ୍ଥ୍ୟ ନିମନ୍ତେ ଆଦୌ ହାନିକାରକ ନୁହେଁ। କେଶର, ଟ୍ରଫଲ, ବେଲଜିୟମ୍ ଚକୋ ପାଉଡର, ବେଲଜିୟମ୍ ଭ୍ୟାନିଲା, ଚକୋ ପାଉଡର ମିଶ୍ରିତ ଏହି ଚକୋଲେଟକୁ ଫ୍ରିଜରେ ୧ ମାସ ପର୍ଯ୍ୟନ୍ତ ରଖି ଖାଇହେବ।

Leave A Reply