www.samajalive.in
Sunday, December 14, 2025
23.1 C
Bhubaneswar

ରାଜ୍ୟସଭା ନିର୍ବାଚନ ; ବିଜେପିର ଆଉ ୧୮ ଏବଂ କଂଗ୍ରେସର ୧୦ ଜଣଙ୍କ ନାମ ଘୋଷଣା

ନୂଆଦିଲ୍ଲୀ : ନାମାଙ୍କନ ପତ୍ର ଦାଖଲର ଶେଷ ଦିନରେ ବିଭିନ୍ନ ରାଜ୍ୟରୁ ଖାଲି ହେଉଥିବା ରାଜ୍ୟସଭା ଆସନପାଇଁ ସୋମବାର ବିଭିନ୍ନ ଦଳର ରାଜନେତାମାନେ ମନୋନୟନ ପତ୍ର ଦାଖଲ କରିଛନ୍ତି। ତେବେ ବିଭିନ୍ନ ରାଜ୍ୟର ବିଧାନସଭାରେ ବିଜେପିର ସ୍ଥିତି ମଜଭୁତ୍‌ ଥିବାରୁ ଦଳର ଅଧିକ ପ୍ରାର୍ଥୀ ବିଜୟୀ ହେବାର ଆଶା କରାଯାଉଛି । ଶେଷ ମୁହୂର୍ତ୍ତରେ ବିଜେପି ରାଜ୍ୟସଭା ପାଇଁ ୧୮ଜଣଙ୍କ ନାମ ଘୋଷଣା କରିଥିବା ବେଳେ ଜଣଙ୍କ ନାମ ଘୋଷଣା କରିଛି। ଦଳର ମୁଖପାତ୍ର ଅଭିଷେକ ମନୁ ସିଙ୍ଘଭୀଙ୍କୁ ଦଳ ପଶ୍ଚିମ ବଙ୍ଗରୁ ପ୍ରାର୍ଥୀ କରିଛି।

ଉତ୍ତର ପ୍ରଦେଶ ବିଧାନସଭା ପରିସରରେ ଥିବା ଟଣ୍ଡନ ହଲରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେହିପରି ବିଜେପିର ଅଶୋକ ବାଜପେୟୀ, ବିଜୟ ପାଲ ସିଂହ ତୋମାର, ସକଲ ଦୀପ ରାଜଭର, କାନ୍ତା କରଦମ, ଅନୀଲ ଜୈନ, ହରନାଥ ସିଂହ ଯାଦବ ଏବଂ ଜିଭିଏଲ ନରସିଂହା ରାଓଙ୍କୁ ଦଳ ପକ୍ଷରୁ ଉତ୍ତର ପ୍ରଦେଶରୁ ପ୍ରାର୍ଥୀ କରାଯାଇଛି।
ମଧ୍ୟପ୍ରଦେଶରୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଥାୱର ଚାନ୍ଦ ଗେହେଲଟ, ଅଜୟ ପାତାପ ସିଂ ଓ କୈଳାସ ସୋନି ପ୍ରମୁଖ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି।

- Advertisement -

ବିହାରରୁ ରବିଶଙ୍କର ପ୍ରସାଦ,ଗୁଜରାଟରୁ ପୁରୁଷୋତ୍ତମ ରୂପାଲା ଏବଂ ମନସୁଖ ଲାଲ ମାଣ୍ଡଭିୟା, ହିମାଚଳ ପ୍ରଦେଶରୁ ଜେ.ପି ନଡ୍ଡା, ରାଜସ୍ଥାନରୁ ଭୁପେନ୍ଦର ଯାଦବ,କିରୋଡ଼ି ଲାଲ୍‌ ମୀନା ଓ ମଦନ୍‌ ଲାଲ୍‌ ସାଇନି ପ୍ରମୁଖ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି।

ମହାରାଷ୍ଟ୍ରରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନାରାୟଣ ରାଣେ ଏବଂ ଭି. ମୁରଲୀଧରନ୍‌ଙ୍କୁ ପ୍ରାର୍ଥୀ କରାଯାଇଛି। କର୍ଣ୍ଣାଟକରୁ ଉଦ୍ୟୋଗପତି ରାଜୀବ ଚନ୍ଦ୍ରଶେଖର, ଝାଡ଼ଖଣ୍ଡରୁ ସମୀର ଉରାଁଓ ଏବଂ ହରିୟାଣାରୁ ଲେଫ୍ଟନାଣ୍ଟ ଜେନେରାଲ୍‌ ଡି.ପି. ବଟ୍‌ସ୍‌ଙ୍କୁ ପ୍ରାର୍ଥୀ କରାଯାଇଛି। ଅନ୍ୟପକ୍ଷରେ
ସରୋଜ ପାଣ୍ଡେଙ୍କୁ ଛତିଶଗଡ଼ରୁ ଏବଂ ଅନିଲ୍‌ ବଲୁନିଙ୍କୁ ଉତ୍ତରାଖଣ୍ଡରୁ ପ୍ରାର୍ଥୀ କରାଯାଇଛି।
ବିଭିନ୍ନ ରାଜ୍ୟର ବିଧାନସଭାରେ ଦଳର ସ୍ଥିତି ମଜଭୁତ୍‌ ଥିବାରୁ ସମସ୍ତ ପ୍ରାର୍ଥୀ ଜିତିବା ଆଶା କରାଯାଉଛି। ରାଜ୍ୟସଭା ନିର୍ବାଚନ ପାଇଁ ସୋମବାର ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ହୋଇଥିବାବେଳେ ଆସନ୍ତା ୨୩ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ।
ପୁର୍ବରୁ ବିଜେପି ରାଜ୍ୟସଭା ପାଇଁ ୧୮ଜଣଙ୍କ ନାମ ଘୋଷଣା କରିଥିଲା। ପ୍ରଥମ ପର୍ଯ୍ୟାୟରେ ମଧ୍ୟ ବିଜେପି ପକ୍ଷରୁ ୮ ଜଣଙ୍କର ନାମ ଘୋଷଣା କରାଯାଇଥିଲା।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories