www.samajalive.in
Sunday, December 14, 2025
26.1 C
Bhubaneswar

ଟୁ-ଜି ମାମଲାର ତଦନ୍ତ ୬ ମାସରେ ଶେଷ କର : ସୁପ୍ରିମକୋର୍ଟ  

ନୂଆଦିଲ୍ଲୀ :  ଆସନ୍ତା ୬ ମାସ ମଧ୍ୟରେ ଟୁ-ଜି ମାମଲାର ତଦନ୍ତ ଶେଷ କରିବାକୁ ସୁପ୍ରିମ  କୋର୍ଟ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)କୁ  ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଆସନ୍ତା ୨ ସପ୍ତାହ ମଧ୍ୟରେ ଟୁ-ଜି ଓ ତତ୍ ସଂପର୍କିତ ମାମଲା ଗୁଡ଼ିକର ତଦନ୍ତ ସଂପର୍କରେ ଏକ ଷ୍ଟାଟସ୍ ରିପୋର୍ଟ ଦାଖଲ ପାଇଁ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୬ ମାସ ମଧ୍ୟରେ ଟୁ-ଜି ଓ ତାହା ସହିତ ସଂପର୍କ ଥିବା ଅନ୍ୟ ସମସ୍ତ ମାମଲାର ତଦନ୍ତ ସାରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି ।

ଦୀର୍ଘ ବର୍ଷ ଧରି ଟୁ-ଜି ମାମଲାର ତଦନ୍ତ ଚାଲିଥିବା ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି । ଜଷ୍ଟିସ ଅରୁଣ ମିଶ୍ର ଓ ନବୀନ ସିହ୍ନାଙ୍କୁ ନେଇ ଗଠିତ  ଖଣ୍ଡପୀଠ କହିଛନ୍ତି ଯେ ଏହି ମାମଲାର ତଦନ୍ତ ବିଗତ ଅନେକ ବର୍ଷ ଧରି ଚାଲିଛି । ଏପରି ଏକ ଗୁରୁତ୍ବପୁର୍ଣ୍ଣ ମାମଲାର ତଦନ୍ତ କାହିଁକି ଶେଷ ହୋଇପାରୁନାହିଁ ସେ ବିଷୟରେ ଦେଶର ଜନସାଧାରଣ ଜାଣିବାକୁ ଚାହୁଁଛନ୍ତି ବୋଲି ଅଦାଲତ କହିଛନ୍ତି। ଏନେଇ ଦେଶ ବାସୀଙ୍କୁ ଅନ୍ଧାରରେ ରଖାଯାଇ ପାରିବ ନାହିଁ ବୋଲି ନ୍ୟାୟାଳୟ କହିଛନ୍ତି। ତଦନ୍ତ ପ୍ରକ୍ରିୟାରେ କିଏ ବାଧା ସୃଷ୍ଟି କରୁଛି ସେ ନେଇ ଅଦାଲତ ପ୍ରଶ୍ନ ଉଠାଇଛନ୍ତି।

- Advertisement -

ମାମଲାର ପରବର୍ତ୍ତୀ ଶୁଣାଣୀ ପାଇଁ  ଅପ୍ରେଲ ୩ ତାରିଖକୁ ଦିନ ଧାର୍ଯ୍ୟ କରାଯାଇଛି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories