www.samajalive.in
Sunday, December 14, 2025
26.1 C
Bhubaneswar

ବାଂଲାଦେଶର ଯାତ୍ରୀ ବିମାନ କାଠମାଣ୍ଡୁରେ ଦୁର୍ଘଟଣାଗସ୍ତ: ୫୦ମୃତ

କାଠମାଣ୍ଡୁ: ବାଂଲାଦେଶରୁ ୬୭ ଯାତ୍ରୀ ନେଇ ନେପାଳ କାଠମାଣ୍ଡୁରେ ପହଞ୍ଚିଥିବା ବିମାନ ଦୁର୍ଘଟଣାଗସ୍ତ ହୋଇଛି। ବିମାନଟି ଲ୍ୟାଣ୍ଡିଂ ସମୟରେ ଭାରସାମ୍ୟ ହରାଇବାରୁ ଏଭଳି ପରିସ୍ଥିତି ଘଟି ଯାଇଛି। କାଠମାଣ୍ଡୁର ତିଭୁବନ ବିମାନବନ୍ଦରରେ ବିମାନଟି ଅବତିର୍ଣ୍ଣ ହେବା ସମୟରେ ଭାରସାମ୍ୟ ହରାଇ ଯାଇଥିବା ବିମାନବନ୍ଦର କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି। ଫଳରେ ୫୦ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେହିପରି ୧୭ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରିବାରେ ସଫଳ ହୋଇଛି ବିମାନବନ୍ଦର କର୍ତ୍ତୁପକ୍ଷ। ସେହିପରି ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବାର ବ୍ୟବସ୍ଥା ମଧ୍ୟ କରାଯାଇଛି। ବିମାନରେ ୩୭ଜଣ ପୁରୁଷ ଓ ୨୭ଜଣ ମହିଳା ବାଂଲାଦେଶରୁ ଚଢିଥିଲେ। ମୃତକଙ୍କ ମଧ୍ୟରେ ଅଧିକାଂଶ ବାଂଲାଦେଶୀ ବୋଲି ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି। ଦୁର୍ଘଟଣାଗସ୍ତ ହୋଇଥିବା ବିମାନ ୟୁଏସ- ବାଂଲା ବିମାନଟି ବାଂଲାଦେଶର ନିଜସ୍ବ ବିମାନ ଅଟେ। ୨୦୧୩ରେ ବାଂଲାଦେଶକୁ ଗମନାଗମନ ବ୍ୟବସ୍ଥାକୁ ସହଜ କରିବାକୁ ଉଭୟ ଦେଶ ଏହି ବିମାନ ସେବାର ଶୁଭାରମ୍ଭ କରିଥିଲେ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories