www.samajalive.in
Sunday, December 14, 2025
23.1 C
Bhubaneswar

ମାର୍ଚ୍ଚ ୨୩ରେ ବିଜେପି ସାଂସଦଙ୍କ ବୈଠକ

ନୂଆଦିଲ୍ଲୀ : ଆସନ୍ତା ବର୍ଷ ହେବାକୁ ଯାଉଥିବା ସାଧାରଣ ନିର୍ବାଚନ ପାଇଁ ବିଜେପି ତାର ପ୍ରସ୍ତୁତି ଆରମ୍ଭ କରିଛି। ନିର୍ବାଚନ ରଣନୀତି ପ୍ରସ୍ତୁତ କରିବାକୁ ମାର୍ଚ୍ଚ ୨୩ରେ ସମସ୍ତ ବିଜେପି ସାଂସଦଙ୍କ ବୈଠକ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆହୂତ ଏହି ବୈଠକରେ ବିଜେପିର ଲୋକସଭା ଓ ରାଜ୍ୟସଭା ସାଂସଦମାନେ ଯୋଗଦେବେ। ସାଧାରଣ ନିର୍ବାଚନ ସହିତ ଚଳିତବର୍ଷ ଶେଷ ଆଡକୁ ହେବାକୁ ଯାଉଥିବା ବିଭିନ୍ନ ଉପ-ନିର୍ବାଚନ ପାଇଁ ମଧ୍ୟ ରଣନୀତି ପ୍ରସ୍ତୁତ ହେବ। ଏହି ବୈଠକରେ ମୋଦିଙ୍କ ସହିତ ଦଳର ମୁଖ୍ୟ ଅମିତ ଶାହା ଯୋଗଦେବେ। ଦଳ କେନ୍ଦ୍ରରେ କ୍ଷମତାକୁ ଆସିବା ପରେ ଇତି ମଧ୍ୟରେ ୪ବର୍ଷ ପୂରଣ ହେଲାଣି। ଏହି ଚାରିବର୍ଷ ମଧ୍ୟରେ ସରକାର କେଉଁ ସବୁ ସଫଳତା ହାସଲ କରିଛନ୍ତି ତାହା ସାଂସଦମାନଙ୍କୁ ଅବଗତ କରାଯିବ। ଏହା ସହିତ ନିର୍ବାଚନ ରଣନୀତି ପାଇଁ ସାଂସଦମାନଙ୍କ ସହିତ ପ୍ରଧାନମନ୍ତ୍ରୀ ଆଲୋଚନା ପୂର୍ବକ ମତାମତ ଗ୍ରହଣ କରିବେ। ସାଧାରଣ ନିର୍ବାଚନ ପାଇଁ କିପରି ସର୍ବଶ୍ରେଷ୍ଠ ରଣନୀତି ପ୍ରସ୍ତୁତ କରାଯାଇପାରିବ ତା’ ଉପରେ ପ୍ରତ୍ୟେକ ସାଂସଦ ମତ ରଖିବେ। ଗତମାସରେ ଉଦ୍‌ଘାଟନ ହୋଇଥିବା ଦଳର ନୂଆ ମୁଖ୍ୟ କାର୍ଯ୍ୟାଳୟରେ ଏହି ବୈଠକ ହେବ। ଉତ୍ତର-ପୂର୍ବାଞ୍ଚଳର ତିନିଟି ରାଜ୍ୟର ବିଧାନସଭା ନିର୍ବାଚନରେ ଦଳର ଉଲ୍ଲେଖନୀୟ ପ୍ରଦର୍ଶନ ପରେ ଉତ୍ସାହିତ ବିଜେପି ସାଧାରଣ ନିର୍ବାଚନରେ ଭଲ ପ୍ରଦର୍ଶନ କରିବାକୁ ଆଶାବାଦୀ ହୋଇଛି।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories