www.samajalive.in
Saturday, December 6, 2025
26.1 C
Bhubaneswar

୨ୟ ଟେଷ୍ଟ ସହ ସିରିଜ ଜିତିଲା ଭାରତ

କିଙ୍ଗଷ୍ଟନ: ଦ୍ୱିତୀୟ ଟେଷ୍ଟ କ୍ରିକେଟରେ ଭାରତ ୱେଷ୍ଟଇଣ୍ଡିଜ୍‍କୁ ୨୫୭ ରନରେ ପରାସ୍ତ କରି ୨-୦ରେ ସିରିଜ୍‍ ବିଜୟୀ ହୋଇଛି। ଜାମାଇକାର କିଙ୍ଗଷ୍ଟନଠାରେ ଅନୁଷ୍ଠିତ ମ୍ୟାଚରେ ଭାରତ ୱେଷ୍ଟଇଣ୍ଡିଜ୍‍ ପାଇଁ ୪୬୮ ରନ୍‍ର ବିଜୟ ଲକ୍ଷ୍ୟ ରଖିଥିଲା। ତେବେ ଦ୍ୱିତୀୟ ଇନିଂସରେ ୱେଷ୍ଟଇଣ୍ଡିଜ୍‍ ଦଳ ୨୧୦ରନ୍‍ କରି ଅଲ୍‍ ଆଉଟ୍‍ ହୋଇଥିଲା। ଭାରତ ପାଇଁ ରବିନ୍ଦ୍ର ଜାଡେଜା ଓ ମହମ୍ମଦ ସାମି ତିନିଟି ଲେଖାଏଁ ୱିକେଟ୍‍ ହାସଲ କରିଥିଲେ।

ପୂର୍ବରୁ ଭାରତ ପ୍ରଥମ ଇନିଂସରେ ୪୧୬ରନ୍‍ ସଂଗ୍ରହ କରିବା ସହ ଦ୍ୱିତୀୟ ଇନିଂସରେ ୪ୱିକେଟ୍‍ ହରାଇ ୧୬୮ରନ୍‍ କରିବା ପରେ ଖେଳ ସମାପ୍ତି ଘୋଷଣା କରିଥିଲା। ଜବାବରେ ୱେଷ୍ଟଇଣ୍ଡିଜ୍‍ ପ୍ରଥମ ଇନିଂସରେ ୧୧୭ରନ୍‍ ଓ ଦ୍ୱିତୀୟ ଇନିଂସରେ ୨୧୦ରନ୍‍ ସଂଗ୍ରହ କରିଥିଲା। ଏହା ହେଉଛି ବିରାଟ କୋହଲିଙ୍କ ପାଇଁ ୨୮ତମ ଟେଷ୍ଟ କ୍ରିକେଟ୍‍ ବିଜୟ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories