www.samajalive.in
Saturday, December 13, 2025
26.1 C
Bhubaneswar

ସ୍ୱାସ୍ଥ୍ୟ ପାଇଁ ଭୁସଙ୍ଗ ପତ୍ରର ଉପକାରିତା

ବହୁ ସବୁଜ ଜାତୀୟ ପତ୍ରର ଭିନଭିନ୍ନ୍ନ ଉପକାରିତା ରହିଛି। ଯେପରି ଭୁସଙ୍ଗପତ୍ରର ବହୁ ଉପକାରିତା ଗୁଣ ରହିଛି। ଏହାକୁ ଖାଇବା ଦ୍ୱାରା ଶରୀର ବହୁ ପରିମାଣରେ ସୁସ୍ଥ ରହିଥାଏ। ଭୁସଙ୍ଗ ପତ୍ରରେ କାର୍ବୋହାଇଡ଼୍ରେଡ଼,ଫସଫରସ, ପ୍ରୋଟିନ, ଭିଟାମିନ ଏ,ସି,କେ ଆଦି ରହିଛି।
ନିଦ –
ବହୁ ଲୋକଙ୍କୁ ଅଧିକ ସମୟ ନିଦ ଓ ଅଳସୁଆ ଲାଗିଥାଏ। ସେମାନେ ପ୍ରତିଦିନ ୬ରୁ ୭ଟି ଭୁସଙ୍ଗ ପତ୍ର ନିୟମିତ ଏକ ମାସ ଖାଇବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ।
ମଧୁମେହ –
ଅଳ୍ପ କିଛି ଗୋଲମରିଚ ଓ ୬ରୁ ୭ଟି ଭୁସଙ୍ଗପତ୍ରକୁ ମିଶାଇ ଛେଚି ଦିଅନ୍ତୁ। ଏହାକୁ ମଧୁମେହ ରୋଗୀ ଖାଇଲେ ସେମାନଙ୍କ ଶରୀରରେ ଏହି ରୋଗର ମାତ୍ରା ବଢି ନଥାଏ।
ନିୟମିତ ୨ରୁ ୩ଟି ଭୁସଙ୍ଗପତ୍ର ଖାଇବା ଦ୍ୱାରା ଶରୀରର ହଜମ କ୍ରିୟା ସଠିକ୍‍ ରହିଥାଏ।
ଅଣ୍ଟା ବିନ୍ଧା ଯନ୍ତ୍ରଣାରୁ ମଧ୍ୟ ମୁକ୍ତି ମିଳିଥାଏ।
ଏହାକୁ ନିୟମିତ ଖାଇବା ଦ୍ୱାରା ଏହା କେଶର ବିଭିନ୍ନ ସମସ୍ୟାକୁ ଦୂର କରିଥାଏ। ଯେପରି କେଶରେ ହେଉଥିବା ରୂପିକୁ ଦୂର କରିଥାଏ। କେଶକୁ ମୋଟା କରିବା ସହ କେଶ ଉପୁଡ଼ିବା ମଧ୍ୟ କମାଇଥାଏ।
ଏହାକୁ ନିୟମିତ ଖାଇବା ଦ୍ୱାରା ଚର୍ମ ସୁସ୍ଥ ରହିଥାଏ। ଚର୍ମ ଜନିତ କୌଣସି ରୋଗ ହୋଇନଥାଏ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories