www.samajalive.in
Saturday, December 13, 2025
26.1 C
Bhubaneswar

ଇଡି ଜବତ କଲା ୧୦୯ କୋଟିର ସମ୍ପତ୍ତି

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବ୍ୟାଙ୍କ୍‍ ଠକେଇ ମାମଲାରେ ମେସର୍ସ କୁଡୋସ୍‍ କେମି ଲିମିଟେଡ୍‍ର ୧୦୯ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ଜବତ କରିଛି। କମ୍ପାନୀର ଜବତ ହୋଇଥିବା ସମ୍ପତ୍ତି ମଧ୍ୟରେ ପଞ୍ଜାବରେ ଥିବା କେତେକ ପ୍ଲଟ୍‍ ଏବଂ ଚଣ୍ଡୀଗଡ଼ରେ ବଙ୍ଗଳା ରହିଛି। ସି.ବି.ଆଇ.ର ଏଫ୍‍.ଆଇ.ଆର୍‍କୁ ଭିତ୍ତିକରି କଳାଧନ ବୈଧ କରିବା ନିବାରଣ ଆଇନ ବଳରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଏହି ତଦନ୍ତ କରାଯାଇଛି। ଏହି କମ୍ପାନୀ ବିରୋଧରେ ଠକେଇ, ଅପରାଧିକ ଷଡ଼ଯନ୍ତ୍ର ଅଭିଯୋଗ ରହିଛି। ତଦନ୍ତରୁ ଜଣାପଡ଼ିଛି, କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଜିତେନ୍ଦ୍ର ସିଂହ ପଞ୍ଜାବ ନ୍ୟାସନାଲ୍‍ ବ୍ୟାଙ୍କ୍‍କୁ ୨୮୩ଟି ଜାଲ୍‍ ରପ୍ତାନୀ ବିଲ୍‍ ଦେଇଥିଲେ। ଯାହାଦ୍ୱାରା ପଞ୍ଜାବ ନ୍ୟାସ୍‍ନାଲ୍‍ ବ୍ୟାଙ୍କକୁ୍‍ ୩୬୨ କୋଟିରୁ ଊର୍ଦ୍ଧ୍ବ ଟଙ୍କାର କ୍ଷତି ସହିବାକୁ ପଡ଼ିଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories