www.samajalive.in
Sunday, December 14, 2025
26.1 C
Bhubaneswar

+୩ ଆବେଦନ: ଅନଲାଇନ ପେମେଣ୍ଟ ବ୍ୟବସ୍ଥାରେ ତ୍ରୁଟି, ଛାତ୍ରଛାତ୍ରୀ ନିରାଶ

ଭୁବନେଶ୍ୱର: ରାଜ୍ୟରେ ଥିବା ଯୁକ୍ତ ୩ ମହାବିଦ୍ୟାଳୟ ଗୁଡିକରେ ପ୍ରଥମ ପର୍ଯ୍ୟାୟ ନାମ ଲେଖା ପରେ ବଳକା ଥିବା ସିଟ ପୂରଣ ପାଇଁ ଦ୍ଵିତୀୟ ପର୍ଯ୍ୟାୟ ଆବେଦନରେ ତ୍ରୁଟି ଦେଖାଦେବାରୁ ହଜାର ହଜାର ଆଶାୟୀ ପ୍ରାର୍ଥୀ ଆବେଦନରୁ ବଞ୍ଚିତ ହୋଇଥିବା ଜଣାପଡିଛି। ଦ୍ଵିତୀୟ ପର୍ଯ୍ୟାୟ ଆବେଦନ ପାଇଁ ଅଗଷ୍ଟ ୨୬ରୁ ୩୧ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରିଥିଲେ ମଧ୍ୟ ଅନେକ ଛାତ୍ରଛାତ୍ରୀ ସାମସ ଅନଲାଇନ ଆବେଦନ ପ୍ରକ୍ରିୟାରେ ସମସ୍ୟା ଯୋଗୁ ନିର୍ଦ୍ଧାରିତ ଦେୟ ପୈଠ କରିପାରିନାହାନ୍ତି। ଅଗଷ୍ଟ ୩୦ରେ ଏହି ତ୍ରୁଟି ସାମାନ୍ୟ ଧରଣର ଥିବା ବେଳେ ୩୧ ତାରିଖରେ କିନ୍ତୁ ଏହି ସମସ୍ୟା ବ୍ୟାପକ ଆକାର ଧାରଣ କରିଥିଲା। ଫର୍ମ ପୂରଣ ପରେ ଦୁଇଟି ବ୍ୟାଙ୍କ ମାଧ୍ୟମରେ ଦେୟ ପୈଠ ବ୍ୟବସ୍ତା ଥିଲା, ଏସବିଆଇ ଇ’ପେ ଓ ୟୁକୋ ବ୍ୟାଙ୍କ ଇ’ପେ। ତେବେ ଦୁଇଟିଯାକ ବ୍ୟାଙ୍କର ଅନଲାଇନ ବ୍ୟବସ୍ଥା ଅଚଳ ହୋଇପଡ଼ିଥିଲା।

ଅନ୍ୟପକ୍ଷରେ ଫର୍ମ ପୁରାଣର ଶେଷ ସମୟ ଅଗଷ୍ଟ ୩୧ ତାରିଖ ରାତି ୧୧ଟା ୫୯ ମିନିଟ ଥିଲେ ମଧ୍ୟ ସନ୍ଧ୍ୟା ପରେ ତାହା ମଧ୍ୟ ଠିକ ଭାବେ କାର୍ଯ୍ୟ କରି ନ ଥିଲା ଓ ରାତି ୧୦ଟା ୩୦ମିନିଟ ପରେ ଆଦୌ କାମ କରିନଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି। ସାମସ ପକ୍ଷରୁ ଦିଆଯାଇଥିବା ଦେୟ ମୁକ୍ତ ନମ୍ବରରେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ କେହି ଫୋନ ରିସିଭ କରୁନଥିବା ଅଭିଯୋଗ ହୋଇଛି। ଯଦି ପୁନର୍ବାର ଆବେଦନ ସମୟ ବୃଦ୍ଧି ନ କରାଯାଏ ତେବେ ହଜାର ହଜାର ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହେବେ ବୋଲି ଜଣାପଡିଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories