ମାଲକାନାଗିରିରେ ବିଏସଏଫ ସ୍ୱତନ୍ତ୍ର ଅପରେସନ ଡିଆଇଜି

ମାଓ ମୁକାବିଲା ନେଇ ସମୀକ୍ଷା ବୈଠକ

ମାଲକାନାଗିରି: ବିଏସଏଫ ସ୍ୱତନ୍ତ୍ର ଅପରେସନ ଡିଆଇଜି ଅର୍ଜୁନ ସିଂହ ରାଠୋର ଶନିବାର ମାଲକାନାଗିରି ଜିଲ୍ଲା ଚିତ୍ରକୋଣ୍ଡାର ସ୍ୱାଭିମାନ ଅଞ୍ଚଳରେ ମାଓ ସମସ୍ୟା ଓ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଭୁବନେଶ୍ୱରରୁ ହେଲିକପ୍ଟର ଯୋଗେ ଚିତ୍ରକୋଣ୍ଡା ସ୍ଥିତ ବିଏସଏଫ କ୍ୟାମ୍ପରେ ଅବତରଣ କରିବା ପରେ ଡିଆଇଜି ଚିତ୍ରକୋଣ୍ଡା ସ୍ଥିତ ୮ ନମ୍ବର ବିଏସଏଫ କ୍ୟାମ୍ପରେ ଆଗାମୀ ଦିନରେ ନକ୍ସଲ ମୁକାବିଲା କରିବାକୁ ରଣନୀତି ପ୍ରସ୍ତୁତ କରିବା ସହ ମାଓବାଦୀ ଗତିବିଧି ଉପରେ ସମୀକ୍ଷା କରିଥିଲେ।ଏହି ଆଲୋଚନାରେ ମାଲକାନାଗିରି ବିଏସଏଫ ଡିଆଇଜି  ସତବିନ୍ଦ୍ର ପାଲ ସିଂହ ସିନ୍ଧୁ ଓ ୪ନମ୍ବର ବିଏସଏଫ କ୍ୟାମ୍ପର କମାଣ୍ଡ ଅଫିସର  ଆର. ଏସ ମିଞ୍ଜ, ୧୫ ନମ୍ବର ବିଏସଏଫ କ୍ୟାମ୍ପର କମାଣ୍ଡ ଅଫିସର  ବି.ଶର୍ମା, ୧୬୦ ନମ୍ବର ବିଏସଏଫ କ୍ୟାମ୍ପର କମାଣ୍ଡ ଅଫିସର  ଟି ଆଚାର୍ଯ୍ୟ ଏବଂ ୮ ନମ୍ବର ବିଏସଏଫ କ୍ୟାମ୍ପର କମାଣ୍ଡ ଅଫିସର ଏ.କେ ଆର୍ଯ୍ୟ ଯୋଗ ଦେଇଥିଲେ।

Comments are closed.