ଝାରସୁଗୁଡ଼ା : ଦୃଢ଼ ଇଛାଶକ୍ତି ଆଗରେ ସମସ୍ତ ପ୍ରତିବନ୍ଧକ ହାର ମାନିଥାଏ। ଝାରସୁଗୁଡ଼ାର ଜଣେ୨୭ ବର୍ଷ ବୟସ୍କ ଯୁବକ ଶଶିକାନ୍ତ ଶର୍ମା ଏହା ପ୍ରମାଣିତ କରି ଦେଖାଇଛନ୍ତି। ସାଧାରଣ ସିଙ୍ଗଡା ବିକାଳିରୁ ସେ ଚାଟାର୍ଡ ଆକାଉଣ୍ଟାଣ୍ଟ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ପାରିଛନ୍ତି । ଆର୍ଥିକ ଅନାଟନ ମଧ୍ୟରେ ଗତିକରି ସେ ନିଜ ପରିବାରର ଜଳଖିଆ ଦେକାନରେ କାର୍ଯ୍ୟ କରିବା ସହ ପାଠ ପଢି ଏହି ସଫଳତା ହାସଲ କରିପାରିଛନ୍ତି । ଯୁକ୍ତ ୨ ପରେ ସେ ଚାଟାର୍ଡ ଆକାଉଣ୍ଟାଣ୍ଟ ପଡିବାକୁ ସ୍ଥିର କରିଥିଲେ। ପାର୍ଟ ଟାଇମ ଚାକିର କରିବା ସହ ଦୋକାନରେ ନିଜ ଭାଇଙ୍କୁ ସାହାଯ୍ୟ କରି ସେ ଆଜି ସଫଳତାର ଶିଖରରେ ପହଞ୍ଚିଛନ୍ତି।
ଶଶିକାନ୍ତଙ୍କ ଭାଇ ପରିବାର ଚଳାଇବା ପାଇଁ ଏକ ଜଳଖିଆ (ସିଙ୍ଗଡ଼ା) ଦୋକାନ କରିଥିଲେ । ଘରର ଆର୍ଥିକ ଅବସ୍ଥା ଖରାପ ଥିବାରୁ ସେ ନିଜ ଭାଇଙ୍କୁ ସାହାଯ୍ୟ କରିବା ପାଇଁ ଘରେ ସିଙ୍ଗଡା ତିଆରି କରନ୍ତି, ଦୋକାନରେ କାମ କରନ୍ତି ବିଭିନ୍ନ ସ୍ଥାନରେ ପାର୍ଶଲ ପହଞ୍ଚାନ୍ତି । ବଡ଼ ଭାଇ ମନୋଜଙ୍କ ସହ ସେ ଦିନବେଳା ଦୋକାନରେ କାମ କରନ୍ତି । ରାତିରେ ପାଠ ପଢିଥାନ୍ତି । ପରିବାରର ଆର୍ଥିକ ଅବସ୍ଥା ଖରାପ ଥିବାରୁ ୮ଟି ବିଷୟରେ କୋଚିଂ ନେଇ ନ ପାରି କେବଳ ମାତ୍ର ୪ଟି ବିଷୟରେ କୋଚିଂ ନେଇ ପରୀକ୍ଷା ଦେଇଥିଲେ। ଚାଟାର୍ଡ ଆକାଉଣ୍ଟାଣ୍ଟ ପରୀକ୍ଷାରେ ସଫଳ ହେବା ପରେ ତାଙ୍କ ପରିବାର ଲୋକେ ବହୁତ ଖୁସିହେବା ସହ କହିଛନ୍ତି ଶଶିକାନ୍ତଙ୍କ ସ୍ୱପ୍ନ ନୁହେଁ ଆମର ସବୁ ସ୍ୱପ୍ନ ସାକାର ହୋଇଯାଇଛି । ଏହି ସଫଳତାପରେ ସେ ପାଠ ବଡିଥିବା ଝାରସୁଗୁଡା ଟାଉନ ହାଇସ୍କୁଲ ସ୍କୁଲ ଶିକ୍ଷୟତ୍ରୀ ତାଙ୍କୁ ଶୁଭେଛେ ଜଣାଇବାସହ କହିଛନ୍ତି ସରକାରୀ ସ୍କୁଲ ପ୍ରତି ପିଲାଙ୍କ ଆଗ୍ରହ କମୁଥିବା ବେଳେ ଶଶିକାନ୍ତ ଉଦାହରଣ ପାଲଟିଛନ୍ତି। । ଶଶିକାନ୍ତ ନିଜର ସଫଳତାର ଶ୍ରେୟ ତାଙ୍କ ଗୁରୁ ଓ ପରିବାର ଲୋକଙ୍କୁ ଦେଇଛନ୍ତି ।



