ହାଇକୋର୍ଟ ସ୍ଥାୟୀ ବେଞ୍ଚ୍ ପୁନର୍ଗଠିତ

ଭୁବନେଶ୍ଵର : ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ପ୍ରସଙ୍ଗରେ ଗୁରୁବାର ରାଜ୍ୟ ସରକାର ସ୍ୱତନ୍ତ୍ର କମିଟିକୁ ପୁନଃଗଠନ କରିଛନ୍ତି। ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଏହି କମିଟିର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ। ଏହା ସହ ଗୃହ ବିଭାଗ ସ୍ୱତନ୍ତ୍ର ସଚିବଙ୍କୁ ଏହି କମିଟିର ଆବାହକ ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି। ଏହି ପୁନଃଗଠିତ କମିଟିରେ ଗୃହ, ଅର୍ଥ, ରାଜସ୍ୱ, ଆଇନ ବିଭାଗର ପ୍ରମୁଖ ସଚିବ ସଦସ୍ୟ ରହିଛନ୍ତି ।

Comments are closed.