www.samajalive.in
Saturday, December 13, 2025
26.1 C
Bhubaneswar

ଗାନ୍ଧୀଛକ ଟୋଲ ଗେଟରୁ ଟିକସ ଆଦାୟ ଶୀଘ୍ର

ବ୍ରଜରାଜନଗର : ୪୯ ନମ୍ବର ଜାତୀୟ ରାଜପଥ ଗାନ୍ଧୀଛକ-ନୂଆଡ଼ିହି ଠାରେ ନିର୍ମାଣ ହୋଇପଡ଼ିଥିବା ଟୋଲ ଗେଟ ଖୁବ ଶୀଘ୍ର କାର୍ଯ୍ୟକ୍ଷମ ହେବ ବୋଲି ଜଣାପଡ଼ିଛି। ଦୀର୍ଘ ଦିନରୁ ଟୋଲ ଗେଟ ନିର୍ମାଣ ସରିଥିଲେ ମଧ୍ୟ କେତେକ କାରଣରୁ ଟିକସ ଆଦାୟ ଆରମ୍ଭ ହୋଇପାରିନଥିଲା। ୪୯ ନମ୍ବର ଜାତୀୟ ରାଜପଥ ନିର୍ମାଣ କରୁଥିବା ଠିକା ସଂସ୍ଥା ଏଲ ଆଣ୍ଡ ଟି ସୋମବାର ଏନଏଚ ଝାରସୁଗୁଡ଼ା ଡ଼ିଭିଜନକୁ ହସ୍ତାନ୍ତର କରିବ। ଏହାପରେ ଏନଏଚ ଝାରସୁଗୁଡ଼ା ଡ଼ିଭିଜନ ଏନଏଚଏଆଇକୁ ଟୋଲ ଗେଟ ହସ୍ତାନ୍ତର କରିବା ପରେ ଟୋଲ ଫି ଆଦାୟ ହେବ। ତେବେ ଏହା ୨ ବର୍ଷ ପାଇଁ କାର୍ଯ୍ୟକାରୀ କରିବ ବୋଲି ଝାରସୁଗୁଡ଼ା ଡ଼ିଭିଜନର ନିର୍ବାହୀ ଯନ୍ତ୍ରୀ ଗିରୀଶ ଚନ୍ଦ୍ର ରାୟ ସୂଚନା ପ୍ରଦାନ କରିଛନ୍ତି। ଝାରସୁଗୁଡ଼ା ସହରର ଉପରେ ସ୍ଥାନୀୟ ବାସିନ୍ଦା ସ୍ୱାସ୍ଥ୍ୟ, ରେଳ ସେବା, ବସ ସେବା, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପାଇଁ ନିର୍ଭର କରିଥାଆନ୍ତି। ତେଣୁ ସ୍ଥାନୀୟ ଲୋକଙ୍କ ପାଇଁ ଟୋଲ ଫି କିଭଳି ନିର୍ଦ୍ଧାରଣ କରାଯିବ ସେନେଇ ଲୋକେ ଦ୍ୱନ୍ଦ୍ୱରେ ଅଛନ୍ତି। କୋଇଲା ଖଣିରୁ ଦୈନିକ ଏକାଧିକ କୋଇଲା ବୋଝେଇ ଟ୍ରକ ବିଭିନ୍ନ ଶିଳ୍ପାଞ୍ଚଳକୁ ଏହି ରାସ୍ତା ଦେଇ ଯାଉଥିବାରୁ ସେମାନଙ୍କ ଉପରେ କିଭଳି ଫି ନିର୍ଦ୍ଧାରଣ କରାଯିବ ଏହାକୁ ନେଇ ସେମାନେ ମଧ୍ୟ ଚିନ୍ତିତ ରହିଛନ୍ତି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories