www.samajalive.in
Friday, December 12, 2025
16.1 C
Bhubaneswar

୫ଟି ମୂଲ୍ୟବାନ୍ କଥା ; ଯାହାକୁ ମାନି ଚଳିଲେ ଜୀବନ ହେବ ସୁଖମୟ

ସାଧାରଣତଃ ଏପରି କିଛି ମୂଲ୍ୟବାନ୍ କଥା ଅଛି ଯାହାକୁ ଜାଣି ଓ ମାନି ଚଳିବା ଦ୍ବାରା ଜୀବନ ସୁଖମୟ ହୋଇଥାଏ। ହେଲେ ଆମେ ସେସବୁ ବିଷୟରେ ନଜାଣି ନିଜ ଅଜାଣତରେ ବହୁତ ଭୁଲ କରିବସୁ। ଫଳରେ ଜୀବନରେ ଅଭାବ ଅଶାନ୍ତି ଲାଗି ରହିଥାଏ। ଆସନ୍ତୁ ଆଜି ଆମେ ଜାଣିବା ୫ଟି ବିଶେଷ କଥା ବିଷୟରେ ଯାହାକୁ ମାନି ଚଳିବା ଦ୍ବାରା ଜୀବନରେ ଦେଖା ଦେଉଥିବା ଅନେକ ସମସ୍ୟାର ସମାଧାନ ହେବା ସହ ଜୀବନ ସୁଖମୟ ହୋଇଥାଏ।

-କିଛି ଲୋକ କମ୍ ଆୟ କଲେ ମଧ୍ୟ ନିଜ କ୍ଷମତାଠାରୁ ଅଧିକ ଦାନ କରନ୍ତି କିମ୍ବା କାହାକୁ ଟଙ୍କା ଉଧାରରେ ଦିଅନ୍ତି। କିନ୍ତୁ ଏହି ସ୍ବଭାବର ଲୋକମାନେ ଜୀବନରେ ସର୍ବଦା ଦୁଃଖୀ ରହିଥାନ୍ତି। ଗରୁଡ଼ ପୁରାଣ ଅନୁସାରେ, କୌଣସି ବ୍ୟକ୍ତି ନିଜ କ୍ଷମତା ଠାରୁ ଅଧିକ ଦାନ ଦେବା ଅନୁଚିତ।
-କିଛି ବ୍ୟକ୍ତିଙ୍କ ପାଖରେ ଟଙ୍କାର କୌଣସି ଅଭାବ ରହିନଥାଏ, ହେଲେ ସେମାନେ ସର୍ବଦା କୃପଣ ସ୍ବଭାବର ହୋଇଥାନ୍ତି। ସେହି ବ୍ୟକ୍ତିମାନଙ୍କୁ ସମାଜରେ କେବେ ହେଲେ ମାନ-ସମ୍ମାନ ମିଳିନଥାଏ। ଶାସ୍ତ୍ର ଅନୁଯାୟୀ, ପ୍ରତ୍ୟେକ ବ୍ୟକ୍ତି ଜୀବନରେ ନିଜର ସାମର୍ଥ୍ୟ ଅନୁଯାୟୀ ଦାନ କରିବା ଉଚିତ।
-ଯେଉଁ ମାତା-ପିତାଙ୍କର ସନ୍ତାନ ସଂସ୍କାରୀ ହୋଇନଥାନ୍ତି ସେହି ବ୍ୟକ୍ତିମାନଙ୍କୁ ନିଜର ସନ୍ତାନ କାରଣରୁ ସମାଜରେ ଅପମାନିତ ହେବାକୁ ପଡ଼ିଥାଏ। ତେଣୁ ପ୍ରତ୍ୟେକ ମାତା-ପିତା ନିଜ ସନ୍ତାନଙ୍କୁ ଭଲ ସଂସ୍କାର ଦେବା ଉଚିତ।
-ଯେଉଁ ବ୍ୟକ୍ତିମାନେ ଖରାପ ଲୋକମାନଙ୍କ ସଙ୍ଗତରେ ରହିଥାଆନ୍ତି, ସେମାନଙ୍କୁ କେବେ ହେଲେ ମାନ-ସମ୍ମାନ ପ୍ରାପ୍ତି ହୋଇନଥାଏ। ତେଣୁ ଭୁଲରେ ମଧ୍ୟ ଖରାପ ଆଚରଣ କିମ୍ବା ଅଧର୍ମୀ ଲୋକମାନଙ୍କ ପାଖରେ ବସିବା କିମ୍ବା ସାଙ୍ଗ ହେବା ଅନୁଚିତ।
-ଏହା ବ୍ୟତୀତ ଯେଉଁ ବ୍ୟକ୍ତିମାନେ ଅନ୍ୟମାନଙ୍କ ପାଇଁ ଖରାପ ଚିନ୍ତା କରନ୍ତି ସେମାନଙ୍କୁ କେବେହେଲେ ସମ୍ମାନ ମିଳିନଥାଏ। ଗରୁଡ଼ ପୁରାଣ ଅନୁଯାୟୀ ନିଜର ଲାଭ ପାଇଁ ସର୍ବଦା ଅନ୍ୟର ଖରାପ ଚିନ୍ତା କରିବା ଅନୁଚିତ। ଏହା କୌଣସି ପାପରୁ କମ୍ ନୁହେଁ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories