ସ୍ୱାଭିମାନ ଅଞ୍ଚଳର ସମସ୍ୟାକୁ ନେଇ ଚିତ୍ରକୋଣ୍ଡାରେ ଆଦିବାସୀ ମେଳି

ମାଲକାନଗିରି : ଦୀର୍ଘ ଦିନର ନୀରବତା ପରେ ପୁଣି ହଜାର ହଜାର ଆଦିବାସୀ ନିଜର ହକ୍କ ପାଇଁ ଆନ୍ଦୋଳନ ଆରମ୍ଭ କରିଛନ୍ତିା ପୁଲିସ ଓ ପ୍ରଶାସନକୁ ଚକମା ଦେଇ ଆଜି ଶହ ଶହ ଆଦିବାସୀ ଡଙ୍ଗା, ଲଞ୍ଚ ଓ ମୋଟର ବୋଟ ମାଧ୍ୟମରେ ଚିତ୍ରକୋଣ୍ଡା ସ୍ପିଲୱେରେ ପହଞ୍ଚିଥିଲେ। ପୁର୍ବରୁ ପୁଲିସ ଓ ପ୍ରଶାସନ ନିକଟରେ ଏଥିନେଇ କୌଣସି ଠୋସ୍‍ ଖବର ନଥିବା ବେଳେ କିଭଳି ଭାବେ ଏହି ଆଦିବାସୀ ମେଳିକୁ ନିୟନ୍ତ୍ରଣ କରାଯିବ ସେଥିନେଇ ହରଡ ଘଣାରେ ପଡି ଯାଇଥିଲେ ପୁଲିସ ପ୍ରଶାସନ। ତେବେ ଆସନ୍ତାକାଲି ସ୍ୱାଭିମାନ ଅଞ୍ଚଳବାସୀ ମାଲକାନଗିରି ସଦର ମହକୁମାରେ ଏକ ବଡ ଧରଣର ଆନ୍ଦୋଳନ କରିବେ ବୋଲି ଜଣାପଡିଛି।

ତେବେସମସ୍ତଙ୍କ ମୁହଁରେ ଗୋଟିଏ ହିଁ କଥା ଥିଲା ଜଡାମ୍ବ, ଯନ୍ତ୍ରୀ, ପଣସପୁଟ, ଅଣ୍ଡ୍ରାପାଲ୍ଲୀ ପ୍ରଭୃତି ପଞ୍ଚାୟତର ପ୍ରାୟ ୫୦ରୁ ଉର୍ଧ ଗ୍ରାମ ଆଜି ବି ସରକାରୀ ସୁବିଧାରୁ ବଞ୍ଚିତ ହୋଇଥିବା ବେଳେ ମୁଖ୍ୟତଃ ଶିକ୍ଷା ବ୍ୟବସ୍ଥା ବିପର୍ୟ୍ୟସ୍ତ ହୋଇ ପଡିଛିା ବିଦ୍ୟାଳୟ ଅଛି ଶିକ୍ଷକ ନାହାନ୍ତି, ଅଙ୍ଗନବାଡି କେନ୍ଦ୍ର ଅଛି କିନ୍ତୁ କୌଣସି ସୁବିଧା ମିଳି ପାରୁନାହିଁ ବୋଲି ଅଭିଯୋଗ କରି ଆସନ୍ତାକାଲି ଏମାନେ ମାଲକାନଗିରି ସଦର ମହକୁମାରେ ବ୍ୟାପକ ଆନ୍ଦୋଳନ କରିବାର ଧମକ ଦେଇଥିବା ବେଳେ ଆଜି ହଠାତ୍‍ ନାଟକୀୟ ଢଙ୍ଗରେ ପୂର୍ବତନ ସାଂସଦ ପ୍ରଦୀପ ମାଝି ମାଲକାନଗିରି ପହଞ୍ଚିଥିଲୋ ତେବେ ପୂର୍ବରୁ କଂଗ୍ରେସ ଆଦିବାସୀଙ୍କ ଏହି ମେଳିକୁ ସମର୍ଥନ କରିବା ନେଇ ରଣନୀତି କରା ଯାଇଥିବା ଏଥିରେ ସ୍ପଷ୍ଟ ହୋଇଥିବା ବେଳେ ପ୍ରଦୀପ ମାଝୀ ତାଙ୍କ ପ୍ରତିକ୍ରିୟାରେ କହିଥିଲେ ଯେ, ବିଛିନାଞ୍ଚଳକୁ ସ୍ୱାଭିମାନ ଅଂଚଳ ଭାବେ ପରିଣତ କରିଛନ୍ତି, କିନ୍ତୁ ଏହି ଆଦିବାସୀ ମାନେ ଆଜି ବି ମୌଳିକ ସୁବିଧାରୁ ବଞ୍ଚିତ ହୋଇଛନ୍ତିା ତେଣୁ କଂଗ୍ରେସ ଆଦିବାସୀଙ୍କ ସମସ୍ୟା ପାଇଁ ଲଢିଥିଲା, ଲଢୁଛି ଓ ଲଢିବ ମଧ୍ୟ ବୋଲି ପ୍ରକାଶ କରିଥିଲୋ ତେବେ ଗତ କିଛିଦିନ ପୂର୍ବରୁ ବିଛିନ୍ନାଞ୍ଚଳରେ ଲାଲବାହିନୀ ପକ୍ଷରୁ ମଧ୍ୟ କୌଣସି ଆଦିବାସୀ ଲୋକ କିମ୍ବା ଇନଫର୍ମର ଓ ପୁଲିସକୁ ଟାର୍ଗେଟ କରିନାହାନ୍ତିା ନିଆରା ଢଙ୍ଗରେ ସ୍ୱାସ୍ଥ୍ୟ, ଓ ଶିଶୁଙ୍କ ପୁଷ୍ଟିକର ଆହାର ଯୋଗାଇବାକୁ ଦାବି କରି ଶିକ୍ଷକ ଓ ସରକାରୀ କର୍ମଚାରୀଙ୍କୁ ନିଶାଣ କରିଥିଲେ। କାର୍ୟ୍ୟ କର ନଚେତ କାର୍ୟ୍ୟ ଛାଡ ଏଭଳି ଚେତାବନୀ ଦେଇଛନ୍ତି ସ୍ୱାଭିମାନ ଅଞ୍ଚଳର ଶିକ୍ଷକ ଓ ଅଙ୍ଗନବାଡି କର୍ମୀଙ୍କୁ। ଅନ୍ୟପଟେ ସମସ୍ୟାର ସମାଧାନ ନହେବା ଯାଏଁ ଆନ୍ଦୋଳନ ଚାଲୁ ରହିବ, ବିଛିନ୍ନାଞ୍ଚଳ ବାସୀଙ୍କୁ ସରକାର ପ୍ରତାରିତ କରିଛନ୍ତି ବୋଲି କହିଛନ୍ତି ପୂର୍ବତନ ସାଂସଦ ପ୍ରଦୀପ ମାଝି। ତେବେ ପୁଲିସ ପ୍ରଶାସନ ମିଳିତ ଭାବେ ବିଛିନ୍ନାଞ୍ଚଳର ବିକାଶ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ସହ ଏହି ଅଞ୍ଚଳରେ କାର୍ୟ୍ୟ କରିବାକୁ ସରକାରୀ କର୍ମଚାରୀ ଓ କମ୍ପାନୀକୁ ଭରଷା ଦେଲେ ନିଶ୍ଚିତ ଭାବେ ବିଛିନ୍ନାଞ୍ଚଳ ବିକାଶ ହୋଇ ପାରିବ ବୋଲି ମତ ପ୍ରକାଶ ପାଇଛିା

 

Comments are closed.