www.samajalive.in
Monday, December 8, 2025
13.1 C
Bhubaneswar

ଆମାଜନ ବନାଗ୍ନି ଲିଭାଇବାକୁ ସେନା ପଠାଇଲା ବ୍ରାଜିଲ

ବ୍ରାସିଲିଆ : ଆମାଜନ ଚିରହରିତ ଜଙ୍ଗଲରେ କିଛି ଦିନ ହେଲା ଲାଗିଥିବା ବଡ଼ଧରଣର ଅଗ୍ନିକାଣ୍ଡ ଥମିବାର ନାଁ ନେଉ ନାହିଁ। ଜଙ୍ଗଲର ଅଧିକାଂଶ ବନାଗ୍ନିରେ ଭସ୍ମୀଭୂତ ହୋଇଥିଲାବେଳେ ଏବେବି ଏହା ଖୁବ ଜୋର୍‌ରେ ଜଳୁଛି। ଏହା ଦ୍ବାରା ପରିବେଶର ବ୍ୟାପକ ପ୍ରଦୂଷଣ ହେଉଛି। ଏ ନେଇ ୟୁରୋପୀୟ ସଙ୍ଘ (ଇୟୁ) କ୍ଷୁବ୍ଧ ହେବା ସହିତ ବ୍ରାଜିଲ ସହ ବାଣିଜ୍ୟିକ କାରବାର ବନ୍ଦ କରିବାକୁ ଧମକ ଦେଇଛି। ଅପରପକ୍ଷରେ ବ୍ରାଜିଲ ଏହି ନିଆଁ ଲିଭାଇବାକୁ ସେନା ପଠାଇଛି।

ନିଆଁ ଲିଭାଇବା ଲାଗି ବ୍ରାଜିଲ ନିକଟରେ ପ୍ରାଧିକୃତ ସେନାବାହିନୀ ଥିବା ଏହାର ରାଷ୍ଟ୍ରପତି ଜାର ବୋଲସୋନାରୋ ପ୍ରକାଶ କରିଛନ୍ତି। ଅନ୍ୟପଟେ ଇୟୁର କ୍ରୋଧ ଶାନ୍ତ କରିବା ଲାଗି ବ୍ରାଜିଲ କୂଟନୈତିକ ଉଦ୍ୟମ ଜାରି ରଖିଛି। ସୂଚନା ଅନୁସାରେ, ବିଶ୍ବର ଅଧାରୁ ଅଧିକ ଚିରହରିତ ଜଙ୍ଗଲ ବହନ କରୁଥିବା ଆମାଜନର ୮୩% ଅଞ୍ଚଳରେ ନିଆଁ ଲାଗିଯାଇଛି। ପ୍ରତିବର୍ଷ ଏଠାରେ ଅଗ୍ନିକାଣ୍ଡ ଘଟୁଥିଲେ ମଧ୍ୟ ଚଳିତବର୍ଷ ସ୍ଥିତି ସାଙ୍ଘାତିକ ରହିଛି। ବିଶ୍ବର ଫୁସଫୁସ ଭାବେ ପରିଚିତ ଉକ୍ତ ଅଞ୍ଚଳ ଧୂଆଁମୟ ହୋଇପଡିଥିବାରୁ ବିଶ୍ବ ଜଳବାୟୁ ପରିବର୍ତ୍ତନର ମୁକାବିଲା ନେଇ ହେଉଥିବା ଉଦ୍ୟମ ବାଧାପ୍ରାପ୍ତ ହୋଇଛି।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories