www.samajalive.in
Saturday, December 13, 2025
26.1 C
Bhubaneswar

ଆତ୍ମସମର୍ପଣ କଲେ ବିଧାୟକ ଅନନ୍ତ ସିଂହ

ନୂଆଦିଲ୍ଲୀ : ବେଆଇନ ଭାବେ ନିଜ ପାଖରେ ଏକେ-୪୭ ରାଇଫଲ, ୨୬ କାଟ୍ରିଜ୍‌ ଓ ଦୁଇଟି ବୋମା ରଖିଥିବା ବିହାରର ବିଧାୟକ ଅନନ୍ତ ସିଂହ ଶୁକ୍ରବାର ନୂଆଦିଲ୍ଲୀର ସାକେତ ଅଦାଲତରେ ଆତ୍ମସମର୍ପଣ କରିଛନ୍ତି। ସେ ୧୭ତାରିଖ ରାତିରୁ ଫେରାର ଥିଲେ। ମୋକାମ ନିର୍ବାଚନ ମଣ୍ଡଳୀର ସ୍ବାଧୀନ ବିଧାୟକ ଅନନ୍ତଙ୍କ ପାଟନା ଜିଲା ଅନ୍ତର୍ଗତ ଲାଡ୍‌ମାସ୍ଥିତ ପୈତୃକ ଘରୁ ୧୬ତାରିଖରେ ପୁଲିସ ଏସବୁ ଜବତ କରିଥିଲା। ପରଦିନ ତାଙ୍କ ସରକାରୀ ବାସଭବନରେ ଚଢ଼ଉବେଳେ ପୁଲିସ ତାଙ୍କୁ ପାଇ ନ ଥିଲା। ତାଙ୍କ ବିରୋଧରେ ବେଆଇନ ମାରଣାସ୍ତ୍ର ଓ ବିସ୍ଫୋରକ ରଖିବା ଅଭିଯୋଗକ୍ରମେ ପୁଲିସ ମାମଲା ରୁଜୁ କରିବା ସହ ଲୁକ୍‌ ଆଉଟ୍‌ ସର୍କୁଲାର ଜାରି କରିଥିଲା।

ରାଜ୍ୟ ପୁଲିସର ୧୧ଟି ଦଳ ତାଙ୍କୁ ଖୋଜୁଥିଲେ। ଗୁରୁବାର ରାତିରେ ଅନନ୍ତ ଫେରାର ନ ଥିବା ଓ ଆଇନର ଆଶ୍ରୟ ନେଉଥିବା ​ନେ‌ଇ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଜାରି କରିଥିଲେ। ଆତ୍ମସମର୍ପଣ ପରେ ତାଙ୍କୁ ପାଟନା ଆଣିବା ପାଇଁ ବିହାର ପୁଲିସ ଦିଲ୍ଲୀ ଆସିଥିବା ପ୍ରକାଶ। ନିଜ ନିର୍ବାଚନ ମଣ୍ଡଳୀରେ ‘ଛୋଟେ ସରକାର’ ଭାବେ ପରିଚିତ ଅନନ୍ତ ଜେଡି(ୟୁ) ପ୍ରାର୍ଥୀ ଭାବେ ୨୦୦୫ ଓ ୨୦୧୦ରେ ଏବଂ ସ୍ବାଧୀନ ଭାବେ ୨୦୧୫ରେ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories