www.samajalive.in
Thursday, December 11, 2025
14.1 C
Bhubaneswar

ସହମତିରେ ହୋଇଥିବା ସମ୍ପର୍କ ବଳାତ୍କାର ନୁହେଁ; ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଯଦି ମହିଳା ତାଙ୍କ ସାଥୀଙ୍କୁ ବିବାହ କରିବେ ନାହିଁ ବୋଲି ଜାଣି ସୁଦ୍ଧା ତାଙ୍କ ସହ ଶାରୀରିକ ସମ୍ପର୍କ ରଖୁଛନ୍ତି, ତେବେ ତାହା ପରବର୍ତ୍ତୀ ସମୟରେ ବଳାତ୍କାର ବିବେଚନା ହେବ ନାହିଁ । ଏହି ଆଧାରରେ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ବଳାତ୍କାର କରିଛି ବୋଲି ମହିଳା ଜଣଙ୍କ ପୁରୁଷଙ୍କ ନାମରେ ଅଭିଯୋଗ କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି । ସୁପ୍ରିମକୋର୍ଟ ଏକ ମାମଲର ଶୁଣାଣି କରିବା ସମୟରେ ଏହି ରାୟ ପ୍ରକାଶ କରିଛନ୍ତି ।

ସେଲ୍‌ ଟ୍ୟାକ୍ସ୍‍ର ଜଣେ ସହକାରୀ କମିସନର୍‌ (ମହିଳା)ଙ୍କ ଦ୍ବାରା ସିଆର୍‌ପିଏଫ୍‌ର ଜଣେ ଡେପୁଟି କମାଣ୍ଡାଣ୍ଟ୍‌(ପୁରୁଷ)ଙ୍କ ବିରୋଧରେ ହୋଇଥିବା ବଳାତ୍କାର ମାମଲାର ଶୁଣାଣି ବେଳେ ଜଷ୍ଟିସ୍‌ ଡି ଓ୍ଵାଇ ଚନ୍ଦ୍ରଚୂଡ଼ ଏବଂ ଇନ୍ଦିରା ବାନାର୍ଜୀଙ୍କ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । ଅଦାଲତ କହିଛନ୍ତି ଯେ, ଉଭୟଙ୍କ ମଧ୍ୟରେ ୬ ବର୍ଷ ଧରି ସମ୍ପର୍କ ଥିଲା ଏବଂ ଅନେକ ଥର ଉଭୟ ପରସ୍ପରଙ୍କ ଘରେ ରହୁଥିଲେ । ତେଣୁ ଏଥିରୁ ପ୍ରମାଣିତ ହେଉଛି ଯେ, ପରସ୍ପରଙ୍କ ସହମତିରେ ସମ୍ପର୍କ ଗଢି ଉଠିଥିଲା ।  

- Advertisement -

ସୂଚନାଯୋଗ୍ୟ, ଅଭିଯୋଗକାରିଣୀ ସିଆର୍‌ପିଏଫ୍‌ ଅଧିକାରୀଙ୍କୁ ୧୯୯୮ ମସିହାରୁ ଜାଣିଥିଲେ । ଅଭିଯୋଗ ଅନୁଯାୟୀ , ୨୦୦୮ରେ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ସିଆର୍‌ପିଏଫ୍‌ ଅଧିକାରୀ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ । ୨୦୧୪ରେ ସିଆର୍‌ପିଏଫ୍‌ ଅଧିକାରୀ ମହିଳାଙ୍କ ଜାତିକୁ ନେଇ ଚିନ୍ତା ପ୍ରକଟ କରିଥିଲେ । ଏହା ସତ୍ତ୍ବେ ମଧ୍ୟ ୨୦୧୬ ପର୍ଯ୍ୟନ୍ତ ଉଭୟଙ୍କ ସମ୍ପର୍କ ରହିଥିଲା। ତେବେ ଅନ୍ୟ ଜଣେ ଯୁବତୀଙ୍କ ସହ ସିଆର୍‌ପିଏଫ୍‌ ଅଧିକାରୀଙ୍କ ନିର୍ବନ୍ଧ ହେବା ଜାଣିବା ପରେ ୨୦୧୬ରେ ମହିଳା ଜଣଙ୍କ ତାଙ୍କ ବିରୋଧରେ ଏତଲା ଦେଇଥିଲେ । ପରେ ଏହି ମାମଲା ସୁପ୍ରିମକୋର୍ଟକୁ ଯାଇଥିଲା।

Hot this week

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

ସମ୍ପାଦକୀୟ : ବିଯୋଗ ଅଧିକାର

ଶାନ୍ତି ଛଡ଼ାଇ ନ ନେଉ କର୍ପୋରେଟ ଜଗତ ଭାରତୀୟ ସଂସଦରେ ଏକ ଗୁରୁତ୍ୱପୂର୍ଣ୍ଣ...

ସମ୍ପାଦକୀୟ : ମାଲକାନଗିରି ହିଂସା

ଭୂମିପୁତ୍ରଙ୍କ ଦୁଃଖ ଦୂରହେଉ ମାଲକାନଗିରି ଜିଲାର ଏମ୍‌ଭି -୨୬ ଗାଁରେ ଘଟିଥିବା ହିଂସାକାଣ୍ଡ...

ଆଜିର : ରାଶିଫଳ,ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ

ମେଷ : କୁତ୍ସିତ ସଙ୍ଗ ପରିତ୍ୟାଗ କରି ସତ୍‌ସଙ୍ଗୀ ହେବାକୁ ଉଦ୍ୟମ...

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

Related Articles

Popular Categories