www.samajalive.in
Thursday, December 11, 2025
18.1 C
Bhubaneswar

ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତିକୁ କଂଗ୍ରେସ ନେତା ବିଏସ ହୁଡ୍ଡାଙ୍କ ସମର୍ଥନ, କହିଲେ- ଦେଶଭକ୍ତିରେ ସାଲିସ କରିପାରିବି ନାହିଁ

ନୂଆଦିଲ୍ଳୀ : ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ କଂଗ୍ରେସର ବରିଷ୍ଠ ନେତା ଭୂପେନ୍ଦ୍ର ସିଂହ ହୁଡ୍ଡା ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ସମର୍ଥନ ଜଣାଇଛନ୍ତି। ଏହାସହ ସେ ଦେଶଭକ୍ତିରେ ସାଲିସ କରିପାରବେ ନାହିଁ ବୋଲି କହିଛନ୍ତି।

ସୂଚନା ଅନୁସାରେ ରୋହତକରେ ଆୟୋଜିତ ଏକ ର‍୍ୟାଲିକୁ ସମ୍ବୋଧିତ କରି ହୁଡ୍ଡା କହିଛନ୍ତି ଯେ ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ମୋର ଅନେକ ସାଥୀ ବିରୋଧ କରିଛନ୍ତି ଓ ଏକ୍ଷେତ୍ରରେ ମୋ ଦଳ ଦିଶାହୀନ ହୋଇଯାଇଛି। ଏହା ଆଉ ପୁରୁଣା କଂଗ୍ରେସ ହୋଇନାହିଁ। ଦେଶଭକ୍ତି ଏବଂ ସ୍ୱାଭିମାନର କଥାରେ ମୁଁ ସାଲିସ କରିପାରିବି ନାହିଁ। ତେଣୁ ମୁଁ ଧାରା ୩୭୦ ଉଚ୍ଛେଦ ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ସମର୍ଥନ କରୁଛି। ହରିୟାଣା ଲୋକ କାଶ୍ମୀରରେ ସୈନିକ ଭାବେ ମୁତୟନ ଅଛନ୍ତି ଓ ଏହି କାରଣରୁ ସରକାରଙ୍କ ନିଷ୍ପତ୍ତିକୁ ମୁଁ ସମର୍ଥନ ଜଣାଉଛି। ତେବେ ର‍୍ୟାଲିରେ ସେ ହରିୟାଣା ସରକାରଙ୍କୁ ସମାଲୋଚନା କରିଛନ୍ତି। ୫ ବର୍ଷର କାର୍ଯ୍ୟକାଳୟରେ ଖଟ୍ଟରଙ୍କ ସରକାର କ’ଣ କରିଛି ତାର ହିସବା ଦେବାକୁ ସେ କହିଛନ୍ତି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories