www.samajalive.in
Thursday, December 11, 2025
16.1 C
Bhubaneswar

ଜାମ୍ମୁରେ ପୁଣି ମୋବାଇଲ, ଇଣ୍ଟରନେଟ ସେବା ବନ୍ଦ

ଜାମ୍ମୁ: ପୁଣି ଥରେ ଜାମ୍ମୁରେ ରବିବାର ମୋବାଇଲ ଏବଂ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଛି। କ’ଣ ପାଇଁ ସେବା ବନ୍ଦ କରାଯାଇଛି ସେ ନେଇ ପ୍ରଶାସନ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ଘାଟିରେ ଆତଙ୍କବାଦୀ ଆକ୍ରମଣ ପାଇଁ ଯୋଜନା ସମ୍ପର୍କରେ ତଥ୍ୟ ମିଳିବା ପରେ ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଉଛି।

ଧାରା ୩୭୦ ଉଚ୍ଛେଦକୁ ଦୃଷ୍ଟିରେ ରଖି ଜାମ୍ମୁ-କାଶ୍ମୀରରେ ମୋବାଇଲ ଓ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଥିଲା। ଏହା ପରେ ଗତ ଶୁକ୍ରବାର ରାତିରୁ ଜାମ୍ମୁର ୫ଟି ଜିଲା ଯଥା ଜାମ୍ମୁ, ରିୟାସୀ, ସାମ୍ବା, କଠୁଆ ଏବଂ ଉଦ୍ଧମପୁରରେ ମୋବାଇଲ ଏବଂ ଇଣ୍ଟରନେଟ ସେବା ଆରମ୍ଭ କରାଯାଇଥିଲା। ଶୁକ୍ରବାର ମୁଖ୍ୟ ଶାସନ ସଚିବ ବି.ବି.ଆର. ସୁବ୍ରମଣ୍ୟମ କହିଥିଲେ, କିଛି ଅଞ୍ଚଳରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ମୋବାଇଲ ସେବା ଆରମ୍ଭ କରିଦିଆଯିବ। ପର୍ଯ୍ୟାୟକ୍ରମେ ଏହି କାର୍ଯ୍ୟ କରାଯିବ। ଆମ ନିକଟରେ ବିଶ୍ଵସ୍ତ ସୂତ୍ରରୁ ସୂଚନା ରହିଛି ଯେ ଆତଙ୍କବାଦୀ ସଂଗଠନ ଜାମ୍ମୁ-କାଶ୍ମୀରରେ ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି। ଏଥିପାଇଁ ପ୍ରଶାସନ ପକ୍ଷରୁ ମୋବାଇଲ ଏବଂ ଇଣ୍ଟରନେଟ ସେବା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା।

Hot this week

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories