www.samajalive.in
Monday, December 8, 2025
20.1 C
Bhubaneswar

ସ୍ମାର୍ଟ ଫୋନ୍‌ର ବହୁଳ ବ୍ୟବହାର ତ୍ବଚା ପାଇଁ କ୍ଷତିକାରକ : ଜାଣନ୍ତୁ ଏଥିରୁ ରକ୍ଷା ପାଇବାର ଉପାୟ

ଆଜିକାଲି ସ୍ମାର୍ଟ ଫୋନର ବହୁଳ ବ୍ୟବହାର ଦେଖବାକୁ ମିଳୁଛି। ପିଲାଠାରୁ ବୟସ୍କ ସମସ୍ତେ ଦିନ ସାରା ସ୍ମାର୍ଟ ଫୋନରେ ବ୍ୟସ୍ତ। ଏହା ଆମକୁ ଜୀବନରେ ଅନେକ ସାହାଯ୍ୟ କରିଥାଏ ସତ କିନ୍ତୁ ଏହାର ବହୁଳ ବ୍ୟବହାର ସ୍ବାସ୍ଥ୍ୟ ପାଇଁ ବିପଜ୍ଜନକ ହୋଇଥାଏ। ଅଧିକାଂଶ ଲୋକମାନେ ଦିନ ହେଉ କିମ୍ବା ରାତି ସବୁ ସମୟରେ ଫୋନ ବ୍ୟବହାର କରିଥାନ୍ତି। କିନ୍ତୁ କ’ଣ ଆପଣମାନେ ଜାଣନ୍ତି, ଏହା ଆମ ଶରୀରର ଅନେକ କ୍ଷତି କରିବା ସହ ତ୍ବଚା ଉପରେ ମଧ୍ୟ ଅନେକ କୁପ୍ରଭାବ ପକାଇଥାଏ। ଅଧିକ ଫୋନ୍ ବ୍ୟବହାର କରିବା ଦ୍ବାରା ଆଖି ତଳେ କଳା ଦାଗ ହେବା ସହ ତ୍ବଚାରେ ବ୍ରଣ ହେବା ଭଳି ଅନେକ ସମସ୍ୟା ଦେଖାଦେଇଥାଏ। ଏହାସହିତ ଖୁବଶୀଘ୍ର ଆପଣ ବୟସ୍କ ପରି ଦେଖାଯିବେ। କାରଣ ଏହାଦ୍ବାରା ଚର୍ମରେ କୁଞ୍ଚନ ସୃଷ୍ଟି ହୋଇ ବୟସର ଛାପ ଦେଖା ଦେଇଥାଏ। ତେବେ ଏଥିରୁ ରକ୍ଷା ପାଇବାର କିଛି ଉପାୟ ରହିଛି। ଆସନ୍ତୁ ଜାଣିବା ସେହି ସବୁ ଉପାୟ ବିଷୟରେ –

କିପରି ଦୂର କରିବେ ଏହି ସମସ୍ୟା:

- Advertisement -

ଫୋନର ବ୍ୟବହାର କମ୍ କରିବା ସହ ତ୍ବଚାରେ ଘିକୁଆଁରୀ ରସ ବା ଜେଲ୍ ଲଗାନ୍ତୁ। ଏହାକୁ ଲଗାଇ ୧୫ ମିନିଟ୍ ରଖିବା ପରେ ଥଣ୍ଡା ପାଣିରେ ମୁହଁକୁ ଧୋଇ ଦିଅନ୍ତୁ।

ଆମ ଆଖ-ପାଖରେ ଅନେକ ଜୀବାଣୁ ରହିଥାଏ ଏବଂ ଫୋନ୍ ଜୀବାଣୁମାନଙ୍କ ପାଇଁ ଚୁମ୍ବକ ଭଳି କାମ କରିଥାଏ। ଆମେ ଯେତେବେଳେ ଫୋନ୍ ଉଠାଇ ତ୍ବଚା ଉପରେ ରଖନ୍ତି, ସେହି ସମୟରେ ଜୀବାଣୁ ତ୍ବଚା ସଂସ୍ପର୍ଶରେ ଆସିଥାଏ ଏବଂ ତ୍ବଚାକୁ କ୍ଷତି ପହଞ୍ଚାଇଥାଏ। ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ହେଡ୍ ଫୋନ୍ ବା ଇୟର ଫୋନ୍ ବ୍ୟବହାର କରନ୍ତୁ। ଏହାସହିତ ନିଜ ଫୋନକୁ ମାଇକ୍ରୋଫାଇବର କପଡାରେ ସଫା କରନ୍ତୁ।

ବିଶେଷ ରୂପେ ଧ୍ୟାନ ଦିଅନ୍ତୁ ଯେ, ରାତିରେ ଶୋଇବାର ଦୁଇ ଘଣ୍ଟା ପୂର୍ବରୁ ଫୋନ୍ ବ୍ୟବହାର କରନ୍ତୁ ନାହିଁ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories