ଚିତ୍ରକୋଣ୍ଡାର ଭକ୍ତରାମକୁ ସମ୍ବର୍ଦ୍ଧନା

ମାଲକାନଗିରି :  ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳର ଆଦିବାସୀ ଯୁବକ ଭକ୍ତରାମ ଦେସ୍ତିକୁ ଶନିବାର ଚିତ୍ରକୋଣ୍ଡାରେ  ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛିା ସ୍ଥାନୀୟ ଜନସାଧାରଣ ଓ ଚିତ୍ରକୋଣ୍ଡାର ସମସ୍ତ କ୍ରୀଡା ସଂଗଠନ ପକ୍ଷରୁ ଶ୍ରୀ ଦେସ୍ତିଙ୍କୁ ବିରାଟ ପଟୁଆରରେ ନଗର ପରିକ୍ରମା କରା ଯାଇଥିଲ।।  ଦେସ୍ତି ସାମୁଆ ଠାରେ ଆନ୍ତର୍ଜାତୀୟ ଭାରୋତଳନରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲୋ ସ୍ୱାଭିମାନ ଅଞ୍ଚଳର ଏକ ଗରୀବ କୃଷକ ପରିବାରରୁ ଆସିଥିବା ଏହି ଯୁବକ ବ୍ରହ୍ମପୁର ଠାରେ କୋଚ୍‍ ସୀତା ଜେନାଠାରୁ ତାଲିମ ଗ୍ରହଣ କରି ପ୍ରଥମେ ଜାତୀୟ ସ୍ତରରେ ସ୍ୱର୍ଣ ଜିତିବା ପରେ ଗତମାସ ସାମୁଆ ଠାରେ ଏହି ସ୍ୱର୍ଣ ପଦକ ଜିତି ଜିଲ୍ଲାକୁ ଗୌରବାନ୍ୱିତ କରିଥିବା କହିଛନ୍ତିା  ଚିତ୍ରକୋଣ୍ଡାରେ ଶିଶୁ ମହିଳା କଲ୍ୟାଣ ସମିତି ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନ ପକ୍ଷରୁ  ଏକ ସ୍ୱତନ୍ତ୍ର ଟ୍ରଫି ସହ ନଗଦ ୫ ହଜାର ଟଙ୍କା ପ୍ରଦାନ କରାଯାଇଛି ଏବଂ ତାଙ୍କ ପରିବାରକୁ ସମସ୍ତ ସରକାରୀ ସହାୟତା ପ୍ରଦାନ କରା ଯିବ ବୋଲି ଏହି ଅବସରରେ ଉପସ୍ଥିତ ଚିତ୍ରକୋଣ୍ଡା ବିଡିଓ ଲରିମନ ଖର୍ସେଲ ପ୍ରକାଶ କରିଛନ୍ତିା ଅନ୍ୟମାନଙ୍କ ମଧ୍ୟରେ ରାଜକମଲ ପୂରୋହିତ, ଅମିତ ଅଗ୍ରବାଲ, ବିଜୁ ଖିଲ, ଦିପ୍ତିରଂଜନ ରଥ, ଦେବେନ୍ଦ୍ର ଦାସ, ସତ୍ୟପ୍ରକାଶ ମିଶ୍ର, ପ୍ରମୁଖ ପରିଚାଳନା କରିଥିଲୋ

Comments are closed.