www.samajalive.in
Saturday, December 13, 2025
26.1 C
Bhubaneswar

ନିର୍ମାଣଧୀନ ଘର ଭିତରୁ ନବ ବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପାଟଣା : କେନ୍ଦୁଝର ଜିଲା ବାରିଆ ଥାନା ଅସନପାଟ ଗାଁ ନାଏକ ସାହିରେ ଏକ ନିର୍ମାଣଧୀନ ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଜଣେ ନବବିବାହିତା ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ମହିଳା ଜଣଙ୍କ ସୁନେଲି ନାଏକ । ସେ ୬ ମାସ ପୂର୍ବରୁ ପାଟଣା ବ୍ଲକ ରେଙ୍ଗାଳବେଡା ଗ୍ରାମର ଭରତ ଭୂଷଣ ନାଏକଙ୍କୁ ବିବାହ କରିଥିଲେ । ତେବେ କିଛି ଦିନ ପୂର୍ବରୁ ନିଜ ବାପ ଘର ଅସନପାଟ ଗାଁକୁ ଆସିଥିବା ବେଳେ ଶନିବାର ନିଜ ବାପ ଘର ନିକଟରେ ନିର୍ମାଣ ଚାଲିଥିବା ଏକ କୋଠା ଘରୁ ଭିତରୁ ତାଙ୍କର ଝୁଲନ୍ତା ଅବସ୍ଥାର ମୃତଦେହ ଉଦ୍ଧାର ହୋଇଛି । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଘଟଣା ସ୍ଥଳରେ ବାରିଆ ପୁଲିସ ପହଁଞ୍ଚି ଘଟଣାର ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories