www.samajalive.in
Saturday, December 13, 2025
26.1 C
Bhubaneswar

SCB ଆସିବେ ଜଗା କାଳିଆ, ୭ ଦିନରେ ନିଷ୍ପତି

ଭୁବନେଶ୍ୱର: କଟକ ବଡ ମେଡିକାଲକୁ ଆସିବେ କନ୍ଧମାଳର ଯୋଡା ମୁଣ୍ଡ ଶିଶୁ ଜଗା କାଳିଆ । ନୂଆଦିଲ୍ଲୀ ଏମ୍‍ସରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର ହେବେ ଜଗା କାଳିଆ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଶନିବାର ସୂଚନା ଦେଇଛନ୍ତି । ଜଗା କାଳିଆ କେବେ କଟକ ବଡ ମେଡିକାଲ ଆସିବେ ତାହା ୭ ଦିନ ମଧ୍ୟରେ ନିଷ୍ପତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ଏଠାରେ ସୂଚନାଯୋଗ୍ୟ କନ୍ଧମାଳର ଯୋଡାମୁଣ୍ଡ ଶିଶୁ ଜଗା କାଳିଆଙ୍କ ଖବର ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ସରକାରଙ୍କ ସହାୟତା କ୍ରମେ ଦିଲ୍ଲୀ ଏମସ୍‍କୁ ପଠାଯାଇଥିଲା । ସେଠାରେ ଯୋଡାମୁଣ୍ଡ ଶିଶୁଙ୍କୁ ୨୦୧୭ରେ ଅଲଗା କରାଯାଇଥିଲା । ଯାହା ଭାରତର ଏକ ବିରଳ ଅସ୍ତ୍ରୋପଚାର ଥିଲା । ୨୦୧୭ ଠାରୁ ଏବେ ଯାଏଁ ଦୁଇବର୍ଷ ହେବ ଦିଲ୍ଲୀ ଏମସ୍‍ ରେ ଚିକିତ୍ସିତ ହେଉଥିଲେ ଜଗା କାଳିଆ । ଦୁହିଁଙ୍କର ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଆସିବାରୁ ସେମାନଙ୍କୁ ଓଡିଶା ଆଣିବାକୁ ରାଜ୍ୟ ସରକାର ବ୍ୟବସ୍ଥା କରିଛନ୍ତି । ଜଗା କାଳିଆଙ୍କୁ ଭୁବନେଶ୍ୱର ଏମସ୍‍ ରେ ରଖି ଚିକିତ୍ସା କରିବାକୁ ରାଜ୍ୟ ସରକାର ଏମସ୍‍ କର୍ତ୍ତୁପକ୍ଷଙ୍କୁ ଚିଠି ଲେଖିଥିଲେ । କିନ୍ତୁ ଭୁବନେଶ୍ୱର ଏମସ୍‍ ଏଥିରେ ରାଜି ନହେବାରୁ ରାଜ୍ୟ ସରକାର ତାଙ୍କ ନିଷ୍ପତିରେ ପରିବର୍ତ୍ତନ କରିଥିଲେ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories