www.samajalive.in
Thursday, December 11, 2025
16.1 C
Bhubaneswar

 ଉତ୍ତରାଖଣ୍ଡ ପୁଲିସର ଅଭିନବ ପ୍ରୟାସ,ଟିକ୍‍ଟକ୍‍ ଜରିଆରେ ବାଣ୍ଟିବେ ସଚେତନତା ବାର୍ତ୍ତା

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡ ପୁଲିସ ଟିକ୍‍ଟକ୍‍ ରେ ଆକାଉଣ୍ଟ ଖୋଲିଛି କିନ୍ତୁ ଏହା କୌଣସି ମନୋରଞ୍ଜନ ପାଇଁ ଉଦିଷ୍ଟ ନୁହେଁ ।ଏହା କେବଳ ବର୍ତ୍ତମାନର ଯୁବପିଢିଙ୍କୁ ସଚେତନତା ବାର୍ତ୍ତା ବାଣ୍ଟିବା ଏବଂ ଲୋକମାନଙ୍କ ସହ ଜଡିତ ରହିବା ଉଦେଶ୍ୟରେ ଉଦିଷ୍ଟ । ଏହା ପୂର୍ବରୁ କେରଳ ପୁଲିସ ଜୁଲାଇ ମାସରେ ଟିକ୍‍ଟକ୍‍ ରେ ଆକାଉଣ୍ଟ ଖୋଲିଥିଲେ ଯାହା ବର୍ତ୍ତମାନ ବହୁ ଲୋକପ୍ରିୟ ହୋଇଛି । କେରଳ ପୁଲିସର ଟିକ୍‍ଟକ୍‍ ଆକାଉଣ୍ଟରେ ବର୍ତ୍ତମାନ ୨.୨୫ ଲକ୍ଷ ଫଲୋଅର ଯେ।।ଡି ହୋଇଯାଇଛନ୍ତି । ଉତ୍ତରାଖଣ୍ଡ ପୁଲିସର ଜଣେ ବରିଷ୍ଠ ପୁଲିସ ଅଧିକାରୀ ଅଶୋକ କୁମାର କହିଛନ୍ତି ଟିକ୍‍ଟକ୍‍ ମାଧ୍ୟମରେ ଆମେ ଲୋକମାନଙ୍କ ସହ ସିଧାସଳଖ ଯୋଡିହେବା ସହ ଏହା ଦ୍ୱରା ଆମେ ସାଧାରଣ ଲୋକଙ୍କ ପାଖରେ ଗ୍ରହଣୀୟ ମଧ୍ୟ ହୋଇପାରିବୁ । ଉତ୍ତରାଖଣ୍ଡ ପୁଲିସ ଟିକ୍‍ଟକ୍‍ ରେ ସଡକ ସୁରକ୍ଷା ,ସାଇବର ସୁରକ୍ଷା ଓ ଅନ୍ୟାନ୍ୟ ସୁରକ୍ଷା କ୍ଷେତ୍ରରେ ଲୋକମାନେ କିପରି ସଚେତନ ରହିବେ ଏବଂ ସମାଜର କିଛି ସାମାଜିକ ବ୍ୟବସ୍ତା ଉପରେ ସଚେତନା ଧର୍ମି ଭିଡିଓ ସେୟାର କରିବାର ଲକ୍ଷ୍ୟ ରଖିଥବା ଜଣାପଡିଛି । ଉତ୍ତରାଖଣ୍ଡ ବରିଷ୍ଠ ପୁଲିସ ଅଧିକାରୀଙ୍କ ମତରେ ଟିକ୍‍ଟକ୍‍ ମାଧ୍ୟମରେ ଯୁବକ ମାନଙ୍କ ପାଇଁ ବିଭିନ୍ନ ସାମାଜିକ ପ୍ରସଙ୍ଗକୁ ନେଇ ଭିଡିଓ କରାଯାଇ ଏହାକୁ ପୋଷ୍ଟ କରାଯିବ । ଏହି ଟିକ୍‍ଟକ୍‍ ଭିଡିଓ କିପରି ଲୋକପ୍ରିୟ ହେବ ଏବଂ କିପରି ଆକର୍ଷଣୀୟ କରାଯାଇ ପାରିବ ତାକୁ ଧ୍ୟାନ ଦେଇ ପୁଲିସ ଟିକ୍‍ଟକ୍‍ ରେ କିଛି ଜନପ୍ରିୟ ଟିକ୍‍ଟକ୍‍ ବ୍ୟବହାରକାରୀଙ୍କ ସହ ଆଲୋଚନା କରିଛି । ଯେଉଁ ମାନେ ପୁଲିସର ସାମାଜିକ ବାର୍ତ୍ତାକୁ ଲୋକମାନଙ୍କ ପାଖରେ ପ୍ରଭାବିଢଙ୍ଗରେ ପହଞ୍ଚାଇ ପାରିବେ ଏବଂ ଏହି ଟିକ୍‍ଟକ୍‍ ଉତ୍ତରାଖଣ୍ଡରେ ସଚେତନତା ବାର୍ତ୍ତା ସହ ସକରାତ୍ମକ ପରିସ୍ଥିତି ସୃଷ୍ଟି କରିବାରେ ସହାୟକ ହେବ ବୋଲି ବରିଷ୍ଠ ଅଧିକାରୀମାନେ ମତ ଦେଇଛନ୍ତି ।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories