www.samajalive.in
Friday, December 5, 2025
20.1 C
Bhubaneswar

ଜାମ୍ମୁର ୫ ଜିଲାରେ ଇଣ୍ଟରନେଟ୍‌ ସେବା ଆରମ୍ଭ

ନୂଆଦିଲ୍ଲୀ: ୧୨ ଦିନର କଟକଣା ପରେ ଜାମ୍ମୁର ୫ ଜିଲାରେ ଶନିବାର ସକାଳୁ ଇଣ୍ଟରନେଟ୍‌ ସେବା ଆରମ୍ଭ ହୋଇଛି। ସେଗୁଡ଼ିକ ହେଲା ଜାମ୍ମୁ, ରିୟାସୀ, ସାମ୍ବା, କାଠୁଆ ଏବଂ ଉଦ୍ଧମପୁର। ଏସବୁ ଜିଲାରେ ୨-ଜି ଇଣ୍ଟରନେଟ ସେବା ଆରମ୍ଭ କରାଯାଇଛି।

ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଅବ୍ୟବହିତ ପୂର୍ବରୁ କେନ୍ଦ୍ର ସରକାର ନେଇଥିବା ପଦକ୍ଷେପ ସ୍ବରୂପ ଗତ ୫ ତାରିଖରୁ ସମ୍ପୂର୍ଣ୍ଣ ରାଜ୍ୟରେ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଥିଲା। ସରକାର ରାଜ୍ୟକୁ ୨ଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରିଦେଇଥିଲେ। ଜାମ୍ମୁ-କାଶ୍ମୀର ମୁଖ୍ୟ ଶାସନ ସଚିବ ବି.ଭି.ଆର. ସୁବ୍ରମଣ୍ୟମ ଶ୍ରୀନଗରରେ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି ଯେ, ଧୀରେ ଧୀରେ ସମ୍ପୂର୍ଣ୍ଣ ଅଞ୍ଚଳକୁ ଯୋଗାଯୋଗ ବ୍ୟବସ୍ଥା କରାଯିବ। ପର୍ଯ୍ୟାୟକ୍ରମ ଟେଲିଫୋନ ସେବା ଆରମ୍ଭ ହେବ। ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ କର୍ମଚାରୀଙ୍କ ଉପସ୍ଥାନ ବୃଦ୍ଧି ପାଇଛି। ଆସନ୍ତା ସୋମବାରଠାରୁ କାର୍ଯ୍ୟାଳୟଗୁଡ଼ିକରେ ସରକାରୀ କାର୍ଯ୍ୟ ସ୍ବାଭାବିକ ହେବ ବୋଲି ଅନୁମାନ କରଯାଉଛି। ଆଗାମୀ ଦିନରେ କଟକଣାକୁ ଆହୁରି କୋହଳ କରାଯିବ ବୋଲି ସେ କହିଛନ୍ତି।

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories