www.samajalive.in
Monday, December 8, 2025
13.1 C
Bhubaneswar

ଧାରଣାରେ ଅଣ୍ଟାଏ ପାଣି; ରେଳ ଚଳାଚଳ ବାଧାପ୍ରାପ୍ତ

ଭୁବନେଶ୍ବର: ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ବନ୍ୟା ପରିସ୍ଥିତି ଉପୁଜିଛି । ମାଲକାନାଗିରି ସମେତ ରାଜ୍ୟର ଅନ୍ୟ କେତେକ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ଯାଇଛି । ଏହା ସହ ଲଗାଣ ବର୍ଷା ଯୋଗୁଁ ରେଳ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି । ରେଳ ଧାରଣାରେ ଅଣ୍ଟାଏ ଉଚ୍ଚରେ ପାଣି ପ୍ରବାହିତ ହେଉଥିବାରୁ ସମ୍ବଲପୁର ଓ ଟିଟିଲାଗଡ ସେକ୍ସନରେ ରେଳ ଚଳାଚଳା ସମୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି । ଦେଓଗାଁ ରୋଡ- ବରଗଡ, ଲୋଇସିଙ୍ଗ-ବଲାଙ୍ଗୀର, ବରପାଲି- ଡୁଙ୍ଗୁରିପାଲି ଏକ୍ସପ୍ରେସକୁ ବାତିଲ କରାଯାଇଛି ।

ମଙ୍ଗଳବାର ରାଉରକେଲା-ଜଗଦଲପୁର ଏକ୍ସପ୍ରେସ୍ ବାତିଲ କରାଯାଇଛି। ସେହିପରି ବୁଧବାରର ଭଗଦଲପୁର-ରାଉରକେଲା ଏକ୍ସପ୍ରେସ୍ ବାତିଲ କରାଯାଇଛି । ଭୁବନେଶ୍ବର-ବଲାଙ୍ଗିର ଇଣ୍ଟରସିଟି ସମ୍ବଲପୁରରୁ ବଲାଙ୍ଗୀର ପର୍ଯ୍ୟନ୍ତ ବାତିଲ କରାଯାଇଛି । ବିଳାସପୁର-ଟିଟିଲାଗଡ ପାସେଞ୍ଜର ସମ୍ବଲପୁରରୁ ଟିଟିଲାଗଡ ଏବଂ ସମ୍ବଲପୁରରୁ ହାୱଡା-ଜଗଦଲପୁର ସମଲେଶ୍ବରୀ ଏକ୍ସପ୍ରେସକୁ ବାତିଲ କରାଯାଇଛି । ଜଗଦଲପୁର- ହାୱଡା ଏକ୍ସପ୍ରେସ ଜଗଦଲପୁରରୁ ରାୟଗଡା ଯାଏଁ ଆସି ସେଠାରୁ ଫେରିଯିବ । ଜଗଦଲପୁର- ହାୱଡା ସମଲେଶ୍ବରୀ ଏକ୍ସପ୍ରେସ ମଧ୍ୟ ବାତିଲ କରାଯାଇଛି ।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories