www.samajalive.in
Monday, December 8, 2025
24.1 C
Bhubaneswar

ରିଲିଫ୍ ସାମଗ୍ରୀ ପାଇଁ ଭଡା ନେବ ନାହିଁ ରେଲ ବିଭାଗ; ରେଳ ମନ୍ତ୍ରାଳୟର ନିଷ୍ପତ୍ତି

ନୂଆଦିଲ୍ଲୀ : ସାମ୍ପ୍ରତିକ ବନ୍ୟାରେ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିବା ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ କେରଳର ବନ୍ୟା ପ୍ଳାବିତ ଅଞ୍ଚଳଗୁଡିକକୁ ରିଲିଫ୍ ସାମଗ୍ରୀ ପରିବହନ ପାଇଁ ରେଳ ବିଭାଗ କୌଣସି ଭଡା ନେବ ନାହିଁ । ଏ ସମ୍ପର୍କିତ ନିଷ୍ପତ୍ତି ରେଳ ମନ୍ତ୍ରାଳୟ ପକ୍ଷରୁ ନିଆଯାଇଛି । ପ୍ରାପ୍ତ ସୂଚନା ମୁତାବକ ସମସ୍ତ ଡିପୋ ସାଧାରଣ ପରିଚାଳକ ମାନଙ୍କୁ ଏ ସମ୍ପର୍କିତ ନିର୍ଦେଶନାମା ଜାରି କରାଯାଇଥିବା ଜଣାପଡିଛି । ରାଜ୍ୟ ଭିତରେ ଓ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ରିଲିଫ୍ ସାମଗ୍ରୀ ପରିବହନ ତଥା ଅନ୍ୟାନ୍ୟ ସାମଗ୍ରୀ ନେବା ଆଣିବା କ୍ଷେତ୍ରରେ କୌଣସି ଦେୟ ପଡିବ ନାହିଁ । ସରକାରୀ ସଙ୍ଗଠନ ବ୍ୟତୀତ ବେସରକାରୀ ସଙ୍ଗଠନ ଗୁଡିକ ବନ୍ୟା ପ୍ରଭାବିତ ରାଜ୍ୟ ଗୁଡିକୁ ବିନା ମୂଲ୍ୟରେ ରିଲିଫ୍ ସାମଗ୍ରୀ ପଠାଇ ପାରିବେ । ଏହି ବ୍ୟବସ୍ଥା ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ରେଳ ମନ୍ତ୍ରୀ ପିୟୁଷ ଗୋୟଲ ସମସ୍ତ ସଙ୍ଗଠନ ଏବଂ ଲୋକମାନଙ୍କୁ ଅଧିକରୁ ଅଧିକ ରିଲିଫ୍ ସାମଗ୍ରୀ ପଠାଇବାକୁ ଅନୁରୋଧ କରି ଟ୍ବୁଟ୍ କରିଛନ୍ତି ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories