ନୟାଗଡ଼ : ନୟାଗଡ଼ ପୁଲିସକୁ ଚକମା ଦେଇ ଜଣେ ବିଚାରାଧୀନ କଏଦୀ ଫେରାର ହେବା ମାମଲାରେ ରବିବାର ଏସ୍ପି ଶଶିଭୂଷଣ ଶତପଥୀ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହି ଘଟଣାରେ ଜଣେ ହାବିଲଦାରଙ୍କ ସମେତ ୫ ଜଣ ପୁଲିସ କର୍ମଚାରୀଙ୍କୁ କର୍ତ୍ତବ୍ୟରେ ଅବହେଳା ପାଇଁ କାର୍ୟ୍ୟରୁ ନିଲମ୍ବନ କରାଯାଇଛି।
ସୂଚନାଯୋଗ୍ୟ, ଗତ ୯ ତାରିଖରେ ଖଣ୍ଡପଡ଼ା ଉପକାରାଗାରରୁ ଭାପୁର କୋର୍ଟକୁ ହାଜିରା ଦେବାକୁ ଆସିଥିବା ବଳାତ୍କାର ଅଭିଯୁକ୍ତ ତପନ ରାଉତ ଫେରାର ହୋଇଯାଇଥିଲା। ପୁଲିସର ଏଭଳି ଦାୟିତ୍ବହୀନତାକୁ ନେଇ ସମାଲୋଚିତ ହେବାକୁ ପଡ଼ିଥିଲା। ଘଟଣାର ପ୍ରାଥମିକ ତଦନ୍ତ କରି ଏସ୍ପି ଏଭଳି ପଦକ୍ଷେପ ଗ୍ରହଣ କରିଥିବା ଜଣାପଡ଼ିଛି।



