www.samajalive.in
Saturday, December 6, 2025
16.1 C
Bhubaneswar

ତାଞ୍ଜାନିଆରେ ତୈଳ ଟ୍ୟାଙ୍କର ବିସ୍ଫୋରଣ ; ୬୨ ମୃତ, ୭୦ ଆହତ

ଦାର୍‍ ଏସ୍‍ ସଲାମ୍‍ :  ତାଞ୍ଜାନିଆରେ ଏକ ତୈଳ ଟ୍ୟାଙ୍କର ବିସ୍ଫୋରଣର  ୬୨ ଜଣଙ୍କର ମୃତ୍ୟୁ  ଘଟିଥିବା ବେଳେ ୭୦ ଜଣ ଆହତ ହୋଇଛନ୍ତି।  ତାଞ୍ଜାନିଆର ଆର୍ଥିକ ରାଜଧାନୀ ଦାର୍‍ ଏସ୍‍ ସଲାମ୍‍ର ପଶ୍ଚିମ ଭାଗରେ ଥିବା ମୋରୋ ଗୋରୋ ସହରର ଏକ ରାସ୍ତାରେ ଗୋଟିଏ ତୈଳବାହୀ ଟ୍ୟାଙ୍କର୍‍ ଓଲଟି ପଡ଼ିବା ଫଳରେ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଫଳରେ ୬୨ ଜଣ ଲୋକଙ୍କର ମୃତ୍ୟୁ ଘଟିଛିଓ ୭୦ ଜଣ ଆହତ ହୋଇଛନ୍ତି ।  ମୃତକମାନଙ୍କ ମଧ୍ୟରେ ଅଧିକାଂଶ ଲୋକ ହେଉଛନ୍ତି ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କର୍‍ରୁ ତେଲ ସଂଗ୍ରହ ପାଇଁ ଘଟଣାସ୍ଥଳରେ ପହଞ୍ଚିଥିବା ସ୍ଥାନୀୟ ବାସିନ୍ଦା ଓ ରାସ୍ତାରେ ଗାଡି ଚଳାଉଥିବା ଟ୍ୟାକ୍ସି ଡ୍ରାଇଭର।

ଆହତ ମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ବିସ୍ଫୋରଣର ଭୟାବହତା ଯୋଗୁଁ ମୃତାହତଙ୍କ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି।

Hot this week

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories