ବର୍ଷା ଯୋଗୁଁ ଭାରତ-ୱେଷ୍ଟଇଣ୍ଡିଜ୍ ପ୍ରଥମ ଦିନିକିଆ ବାତିଲ
ପ୍ରୋଭିଡେନ୍ସ : ଏଠାରେ ବର୍ଷା ଯୋଗୁଁ ଘରୋଇ ୱେଷ୍ଟଇଣ୍ଡିଜ୍ ଓ ଭାରତ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚକୁ ବାତିଲ୍ କରାଯାଇଛି । ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ବର୍ଷା ଏଥିରେ ବାଧକ ସାଜିଥିଲା। ଭାରତୀୟ ସମୟାନୁସାରେ ସଂନ୍ଧ୍ୟା ୭ଟାରେ ମ୍ୟାଚ୍ ଖେଳାଯିବାର ଥିଲା। ମାତ୍ର ବର୍ଷା ଯୋଗୁଁ ମ୍ୟାଚକୁ ଦୁଇ ଘଣ୍ଟା ବିଳମ୍ବରେ ଅର୍ଥାତ ୯ଟାରେ ଆରମ୍ଭ ହୋଇଥିଲା। ବାରମ୍ବାର ବର୍ଷା ବାଧକ ସାଜିବାରୁ ସମୁଦାୟ ୧୩ ଓଭରର ଖେଳ ସମ୍ଭବପର ହୋଇଛି। ଏହି ୧୩ ଓଭରରେ ୱେଷ୍ଟଇଣ୍ଡିଜ୍ ୧ ୱିକେଟ ହରାଇ ୫୪ ରନ୍ କରିପାରିଛି।
Comments are closed.