www.samajalive.in
Friday, December 12, 2025
15.1 C
Bhubaneswar

୬ଡ଼କାୟତ ଗିରଫ, ୨ବାଇକ, ୭ମୋବାଇଲ ଫୋନ, ମାକ୍ସ ଓ ମାରଣାସ୍ତ୍ର ଜବତ

ସୁନ୍ଦରଗଡ଼ : ଟାଉନ ପୁଲିସର ସମୟୋଚିତ ପଦକ୍ଷେପ ଯୋଗୁଁ ଏକ ଡ଼କାୟତି ଉଦ୍ୟମ ବିଫଳ ହୋଇଥିବା ବେଳେ ୬ଡ଼କାୟତକୁ ଗିରଫ କରି ପୁଲିସ ସେମାନଙ୍କଠାରୁ ୨ବାଇକ, ୭ମୋବାଇଲ ଫୋନ, ମାକ୍ସ, ଲଙ୍କାଗୁଣ୍ଡ ପ୍ୟାକେଟ ଓ ମାରଣାସ୍ତ୍ର ଜବତ କରିଥିବା ଜଣାପଡ଼ିଛି । ପୁଲିସ ସୂତ୍ରରୁ ପ୍ରକାଶ, ଗତ ବିଳମ୍ବିତ ରାତିରେ ଏକ ୬ଜଣିଆ ଡ଼କାୟତି ଦଳ ଶଙ୍କରା ବାଇପାସ ଅମଲିପାଲିରେ ଜମା ହୋଇ ଡ଼କାୟତି ଯୋଜନା କରୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ସୁନ୍ଦରଗଡ଼ ଏସ୍‌ପି ସୌମ୍ୟା ମିଶ୍ରା ରାତ୍ରିକାଳୀନ ପାଟ୍ରୋଲିଂ ଡ଼୍ୟୁଟିରେ ଥିବା ପୁଲିସ ଦଳଙ୍କୁ ସୂଚନା ଦେବା ସହ ଗିରଫ କରିବା ପାଇଁ ନିର୍ଦେଶ ଦେଇଥିଲେ । ଏସ.ଆଇ କେ.ଏନ.ବାରିକ, ଏ.ଏସ.ଆଇ ୟୁ.ଏନ.ଖଣ୍ଡା, ହାବିଲଦାର ଏମ.କେ ପଟେଲ ଓ ଅନ୍ୟାନ୍ୟ ପୁଲିସ କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଡ଼କାୟତ ଦଳଙ୍କୁ ସତର୍କତାର ସହ ଚାରିଆଡ଼ୁ ଘେରିଯାଇଥିଲେ ହେଲେ ଏହି ଦଳ ପୁଲିସ ଉପସ୍ଥିତି ଜାଣି ପାରି ପଳାଇଯିବାକୁ ଉଦ୍ୟମ କରିଥିଲେ ହିଁ ପୁଲିସ ଦଳ ଗୋଡ଼ାଇ ଗୋଡ଼ାଇ ଏମାନଙ୍କୁ କାବୁ କରିନେଇଥିଲେ । ପରେ ଟାଉନ ଥାନାକୁ ଆଣି ପଚରାଉଚରା କରିବାରୁ ସେମାନେ ଡ଼କାୟତି ଉଦ୍ୟମ କରିବାକୁ ଯୋଜନା କରୁଥିବା ବେଳେ ପୂର୍ବରୁ ମଧ୍ୟ କେତେକ ଲୁଟ ଘଟଣାରେ ସଂପୃକ୍ତି ଥିବାର ପୁଲିସ ନିକଟରେ ସ୍ବିକାର କରିଥିଲେ ବୋଲି ଟାଉନ ଥାନା ଅଧିକାରୀ ବିଭତ୍ସ ପ୍ରଧାନ ସୂଚନା ଦେଇଛନ୍ତି। ଗିରଫ ଡ଼କାୟତମାନେ ହେଲେ ଶଙ୍କରା ବନଦୁର୍ଗା ମନ୍ଦିରର ଓମରାଜ ମହାପାତ୍ର ଓରଫ ରାଜା, ଶଙ୍କରା ପଣସପଡ଼ାର ସୁରଜ ସାହୁ ଓରଫ ସୋନୁ, ଇରିଗେସନ କଲୋନୀର ସୁମନ ବିଶ୍ବାଳ, ପତ୍ରାପଡ଼ାର ସିଦ୍ଧାର୍ଥ ପଣ୍ଡା, ଗୁରାବସା କୁଶପଡ଼ାର ରାଜେଶ ବାଗ, ବିଜୁଲିଖମନର ବିଶ୍ବଜିତ ଦେଓ ବୋଲି ପୁଲିସ କହିଛି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories