www.samajalive.in
Friday, December 12, 2025
15.1 C
Bhubaneswar

ସୁଧୁରିଲାନି କଳାପଥର ଡାକ୍ତରଖାନା ଅବସ୍ଥା

କଳାପଥର(ବାଙ୍କୀ) : ବାଙ୍କୀ ଉପଖଣ୍ଡର କଳାପଥରଠାରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡିଥିବା ତଥା ଏହି ସ୍ୱାସ୍ଥ୍ୟ କେନ୍ଦ୍ରରୁ ଜନ ସାଧାରଣ ସ୍ୱାସ୍ଥ୍ୟ ସୁବିଧା ପାଇବାରୁ ବଞ୍ଚିତ ହେଉଥିବା ନେଇ ଅଭିଯୋଗ ହେବାପରେ ଗତକାଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ୨ ଜଣ ସଦସ୍ୟଙ୍କ ସମେତ ଜିଲା ସ୍ୱାସ୍ଥ୍ୟ ଅଧିକାରୀ ଓ ଉପଖଣ୍ଡ ଚିକିତ୍ସା ଅଧିକାରୀ ଘଟଣା ସ୍ଥଳକୁ ପରିଦର୍ଶନରେ ଆସିଥିଲେ। ଲୋକମାନଙ୍କ ଅଭିଯୋଗ କ୍ରମେ ଡାକ୍ତରଖାନାର ସମସ୍ୟା ଓ ଜନ ସାଧାରଣଙ୍କୁ ସେବା ପ୍ରଦାନରେ ଅହେତୁକ ଅବହେଳା ସମ୍ପର୍କରେ ପଚାରି ବୁଝିଥିଲେ। ଏହି ସ୍ୱାସ୍ଥ୍ୟ ଟିମ୍‍ ଆସୁଥିବାର ଆଗୁଆ ଖବର ପାଇ ଏଠାରେ ଦାୟିତ୍ୱରେ ଥିବା ଅଧିକାରୀମାନେ ସବୁ ଠିକ୍‍ ଠାକ୍‍ କରିଦେଇଥିଲେ। ଯାହା ଜଣାପଡୁଥିଲା ଡାକ୍ତରଖାନାଟି ସବୁ ସମୟରେ ଏହି ଭଳି ଭାବରେ ଜନ ସାଧାରଣଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଉଛି। ତେବେ ତଦନ୍ତକାରୀ ଅଧିକାରୀମାନେ ଗତକାଲି ଫେରିଯିବାପରେ ପୂର୍ବରୁ ଡାକ୍ତରଖାନା ଯେଉଁ ଅବସ୍ଥାରେ ଚାଲିଥିଲା ସେହି ଅବସ୍ଥାକୁ ଆସିଯାଇଥିବା ଦେଖିବାକୁ ମିଳିଥିଲା। ସେହି ଭଙ୍ଗା ଦଦରା ଖଟିଆ, ଗଦୀ କେତୋଟି ପଡିଥିବାବେଳେ ସେଥିରେ ବେଡ୍‍ ସିଟ୍‍ ନଥିଲା। ଡାକ୍ତରଖାନା ଚଟାଣ ଫିନାଇଲରେ ସଫା ହୋଇନଥିଲା କି ଡାକ୍ତରଖାନା ପରିସର ସେଭଳି ସଫା ସୁତରା ହୋଇନଥିଲା। ଡାକ୍ତରନଥିଲେ ବିି କର୍ମର୍ଚାରୀ ଦେଖିବାକୁ ମିଳିନଥିଲେ। ଡାକ୍ତର ତାଙ୍କ ଚେୟାରରେ ନବସି ଫାର୍ମାର୍ସିଷ୍ଟଙ୍କ ଚେୟାରରେ ବସି ପ୍ରେସ୍କୁସନ ଲେଖୁଥିଲେ। ଡାକ୍ତରଖାନା ପରିସର ଭିତରେ ରକ୍ତ ନମୁନା ପରିକ୍ଷା କରାଯାଉଥିବା କାନ୍ଥରେ ଲିଖିତ ଥିବା ବେଳେ କର୍ମଚାରୀ ଉପସ୍ଥିତ ନଥିଲେ। ଡାକ୍ତରଖାନା ପରିସର ଭିତରେ ଯେଉଁମାନେ ଅଯାୟ ଜବରଦସ୍ତ ଭାବରେ ଔଷଧ ଦୋକାନ କରି ବିକ୍ରି କରୁଥିଲେ ଗତକାଲି ଭୟରେ ଦୋକାନ ବନ୍ଦ କରି ପଳାଇ ଯାଇଥିବା ବେଳେ ଆଜି ଖୋଲମ ଖୁଲା ଭାବରେ ଦୋକାନ କରି ନିଜର ବେପାର ଆରମ୍ଭ କରିଥିଲେ। ସରକାର ଯୋଗାଉଥିବା ମାଗଣା ଔଷଧରୁ କିଛି କିଛି ଔଷଧ ଦିଆଯାଇ ବହୁତ ଔଷଧ ଦୋକାନରୁ କିଣିବାକୁ କହି କର୍ମଚାରୀମାନେ ଫେରାଇ ଦିଆଯାଉଥିବା ଦେଖିବାକୁ ମିଳିଥିଲା। ଡାକ୍ତରଖାନାଟି ଆଗରୁ ଯେମିତି ଥିଲା ଗୋଟିଏ ଦିନର ତଦନ୍ତ ପରେ ପୁନ୍ନଶ୍ଚ ସେହି ପୂର୍ବ ଅବସ୍ଥା ଫେରି ଆସିବାକୁ ନେଇ ଏଠାରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି। ଡାକ୍ତରଙ୍କ ଠାରୁ ଆରମ୍ଭ କରି ସେବୀକାଙ୍କ ପର୍ଯ୍ୟନ୍ତ ସମସ୍ତେ ଗୋଟିଏ ଧାଡିରେ ଚାଲୁଥିବାରୁ ସ୍ୱାସ୍ଥ୍ୟ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡିଛି। ଜନ ସାଧାରଣଙ୍କ ପକ୍ଷରୁ ଆଉ କିଭଳି ଭାବରେ ଅଭିଯୋଗ କରାଯାଇ ସ୍ୱାସ୍ଥ୍ୟ ସେବାର ଉନ୍ନତି ପାଇଁ ବ୍ୟବସ୍ଥା କରାଯିବାକୁ ସରକାରଙ୍କୁ ନିବେଦନ କରାଯିବ ତାହା ଏଠାକାର ଜନ ସାଧାରଣ ବୁଝି ପାରୁ ନାହାଁନ୍ତି। କେତେ ଆପତ୍ତି ଅଭିଯୋଗ କଲେବି କୈାଣସି ପରିବର୍ତ୍ତନ ହୋଇ ନପାରିବା ନେଇ ଏଠାରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି। କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ତଦନ୍ତର ମାତ୍ର ଗୋଟିଏ ଦିନ ପୁରଣ ହୋଇ ନଥିବା ବେଳେ ଏଠାକାର ସ୍ୱାସ୍ଥ୍ୟ କେନ୍ଦ୍ର ଦାୟିତ୍ୱରେ ଥିବା କର୍ମଚାରୀ ପୁନ୍ନଶ୍ଚ ମନମୁଖି ହୋଇ ପଡିବାନେଇ ଅସନ୍ତୋଷ ଦେଖା ଦେଇଛି। ଏହି ଘଟଣାକୁନେଇ ଏଠାରେ ଏକ ଜନ ଆନ୍ଦୋଳନ କରାଯିବାକୁ ସ୍ଥାନୀୟ ବୁଦ୍ଧିଯିବୀମାନେ ପ୍ରସ୍ତୁତ ହେଉଥିବା ଖବର ମିଳିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories