www.samajalive.in
Saturday, December 13, 2025
26.1 C
Bhubaneswar

୩୭୦ ଧାରା ଉଚ୍ଛେଦ ପ୍ରସଙ୍ଗ : ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଅଧିକ ସତର୍କତା ଅବଲମ୍ବନ ପାଇଁ ପରାମର୍ଶ

ନୂଆଦିଲ୍ଲୀ : ଜମ୍ମୁ ଓ କାଶ୍ମୀରରେ ୩୭୦ ଧାରା ଉଚ୍ଛେଦ ପାଇଁ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶନାମା ପରେ ଆହୁରି ଅଧିକ ସତର୍କ ରହିବାପାଇଁ କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପରାମର୍ଶ ଦେଇଛନ୍ତି । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଜାରି ବିଜ୍ଞପ୍ତିରେ କୁହାଯାଇଛି, ଦେଶରେ ଆଇନ ଓ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବାପାଇଁ ସବୁମତେ ଉଦ୍ୟମ ଜାରି ରହିବା ଉଚିତ ।  ଗଣମାଧ୍ୟମଗୁଡ଼ିକରେ ମିଥ୍ୟା ଓ ସମ୍ବେଦନଶୀଳ ସମ୍ବାଦଗୁଡ଼ିକୁ କଦାପି ଅନୁମତି ଦିଆଯିବ ନାହିଁ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ବିଶେଷ କରି ସାମାଜିକ ଗଣମାଧ୍ୟମରେ ଅତିରଞ୍ଜିତ ଓ ଗୁଜବ ସୃଷ୍ଟି କରୁଥିବା ଖବର ପ୍ରତି ଦୃଷ୍ଟି ରଖିବାକୁ କୁହାଯାଇଛି।   ଜମ୍ମୁକାଶ୍ମୀର ବାସିନ୍ଦାଙ୍କ ନିରାପତ୍ତା ବିଶେଷକରି ସାରା ଦେଶରୁ ସେଠାରେ ଯାଇ ପାଠ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବାପାଇଁ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories