www.samajalive.in
Saturday, December 13, 2025
26.1 C
Bhubaneswar

ଅସ୍ଥିର ପୁଞ୍ଜି ବଜାର; ସେନ୍‌ସେକ୍ସ ୪୧୮ ପଏଣ୍ଟ ଖସିଲା

ମୁମ୍ବଇ : କେନ୍ଦ୍ର ସରକାର ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ଏବଂ ଏହି ଅଞ୍ଚଳକୁ ଦୁଇ ଭାଗରେ ବାଣ୍ଟି ଦେବା ସମ୍ପର୍କିତ ନିଷ୍ପତ୍ତିକୁ ନେଇ ଲାଗି ରହିଥିବା ଉତ୍ତେଜନାର ପ୍ରଭାବ ଘରୋଇ ପୁଞ୍ଜି ବଜାର ଉପରେ ପଡିଛି। ଫଳସ୍ବରୂପ ସୋମବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସ୍‌ଇ) ସେନ୍‌ସେକ୍ସରେ ୪୧୮ ପଏଣ୍ଟରୁ ଅଧିକ ହ୍ରାସ ଘଟିଛି। ସାଧାରଣ ବ​‌ଜେ‌ଜଟ୍‌ ଉପସ୍ଥାପନ ହେବାଠାରୁ ବିଗତ କିଛି ଦିନ ହେବ ଘରୋଇ ପୁଞ୍ଜି ବଜାରରେ ଲାଗି ରହିଥିବା ମାନ୍ଦାବସ୍ଥା ଜାମ୍ମୁ-କାଶ୍ମୀର ଘଟଣା ପରେ ଅଧିକ ଅସ୍ଥିର ହୋଇଯାଇଛି।
ସୋମବାର କାରବାର ଶେଷ ବେଳକୁ ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସ୍‌ଇ) ସେନ୍‌ସେକ୍ସରେ ୪୧୮ (୪୧୮..୩୮) ପଏଣ୍ଟ ହ୍ରାସ ଘଟି ୩୬,୬୯୯.୮୪ ପଏଣ୍ଟରେ ବନ୍ଦ ହୋଇଛି। ଯାହା ଫଳରେ ଏହା ବିଗତ ୫ ମାସର ସର୍ବନିମ୍ନ ସ୍ତରକୁ ଖସିଆସିଛି। ବିଦେଶୀ ଏବଂ ଘରୋଇ ବଜାରରେ ଲାଗି ରହିଥିବା ମାନ୍ଦା ଆର୍ଥିକ ସ୍ଥିତି, କର୍ପୋରେଟ୍‌ ସଂସ୍ଥାଗୁଡିକର ଆୟରେ ହ୍ରାସ ଏବଂ ପୁଞ୍ଜି ବର୍ହିଗମନ ସେନ୍‌ସେକ୍ସରେ ହ୍ରାସର ଅନ୍ୟତମ ମୁଖ୍ୟ କାରଣ। ଆଜିର କାରବାରରେ ବିଶେଷ କରି ଧାତବ, ଅଟୋ, ରିଅଲ୍ଟି, ବ୍ୟାଙ୍କିଙ୍ଗ୍‌ ଏବଂ ଆର୍ଥିକ ସେବା ଆଦି କ୍ଷେତ୍ରର ଶେୟାର କାରବାର ବଶେ​‌ଷ​‌ ଭାବେ ପ୍ରଭାବିତ ​‌େ​‌ହାଇଥିଲା। ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ନିଫ୍ଟି)ରେ ୧୩୪ (୧୩୪.୭୫) ପଏଣ୍ଟ ହ୍ରାସ ଘଟି ୧୦,୮୬୨.୬୦ ପଏଣ୍ଟରେ ବନ୍ଦ ହୋଇଛି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories