www.samajalive.in
Saturday, December 6, 2025
19.1 C
Bhubaneswar

ମେହବୁବାଙ୍କ ଚେତାବନୀ; କହିଲେ ପରିସ୍ଥିତି ଭୟଙ୍କର ହେବ

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରକୁ ସ୍ବତନ୍ତ୍ର ସୁବିଧା ଦେଉଥିବା ସମ୍ବିଧାନର ଧାରା ୩୭୦ ଏବଂ ୩୫(ଏ)କୁ ଉଚ୍ଛେଦ କରାଯିବା ପରେ ପ୍ରତିକ୍ରିୟାଶୀଳ ହୋଇପଡ଼ିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତି। କେନ୍ଦ୍ର ସରକାରଙ୍କ ପଦକ୍ଷେପ ପରେ ପରିସ୍ଥିତି ଭୟଙ୍କର ହେବ ବୋଲି ମୁଫ୍‌ତି ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଭାରତୀୟ ଗଣତନ୍ତ୍ରରେ ଆଜିର ଦିନ ଏକ ‘କଳା ଦିବସ’। ଧାରା ୩୭୦ ଏବଂ ୩୫(ଏ) ହଟାଇବା ଲାଗି ଭାରତ ସରକାରଙ୍କ ନିଷ୍ପତ୍ତି ବେଆଇନ ଏବଂ ଅସାମ୍ବିଧାନିକ। ଏଭଳି ଏକ କଷ୍ଟକର ସମୟରେ ମୁଁ ଲୋକଙ୍କୁ ଆଶ୍ଵାସନା ଦେବାକୁ ଚାହୁଁଛି ଯେ, ଆମେ ସବୁ ଏକାଠି ହୋଇ ଏହା ବିରୋଧରେ ଲଢ଼େଇ କରିବା। ଆମର ଅଧିକାର ହାସଲ କରିବା ଲାଗି କେହି ଆମର ସଙ୍କଳ୍ପକୁ ଭାଙ୍ଗିପାରିବେ ନାହିଁ ବୋଲି ମୁଫ୍‌ତି ଟ୍ବିଟ୍‌ କରିଛନ୍ତି।

ସୂଚନାଯୋଗ୍ୟ, କେନ୍ଦ୍ର ସରକାର ଜାମ୍ମୁ-କାଶ୍ମୀରରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ମେହବୁବା ଏବଂ ଓମାର ଅବଦୁଲ୍ଲାଙ୍କୁ ଗୃହବନ୍ଦୀ କରି ରଖିଛନ୍ତି।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories