ଭୁବନେଶ୍ୱର : ଭୁବନେଶ୍ୱରରୁ ଛାଡ଼ିବାକୁ ଥିବା କୋଣାର୍କ ଏକ୍ସପ୍ରେସ ସୋମବାର ବାତିଲ ହୋଇଥିବା ନେଇ ସୂଚନା ମିଳିଛି। ସକାଳ ସମୟରେ ଭୁବନେଶ୍ୱରରେ ପହଞ୍ଚିବାକୁ ଥିବା ଏହି ଏକ୍ସପ୍ରେସ ୨୨ ଘଣ୍ଟାରୁ ଅଧିକ ବିଳମ୍ବରରେ ଚଳାଚଳ କରୁଥିବାରୁ ଭୁବନେଶ୍ୱରରୁ ମୁ୍ମ୍ବଇକୁ ଚଳାଚଳ କରୁଥିବା ଏହି ଏକ୍ସପ୍ରେସକୁ ଆଜି ଭୁବନେଶ୍ୱରରୁ ଛାଡ଼ିବାକୁ ବାତିଲ କରାଯାଇଛି। ସୂଚନା ଅନୁଯାୟୀ, ମହାରାଷ୍ଟ୍ର, ମୁମ୍ବଇର ବିଭିନ୍ନ ଅଞ୍ଚଳରେ ବର୍ଷାଜନିତ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ସହ ରେଳ ଧାରଣା ଉପରେ ଜଳ ପ୍ରବାହିତ ହେବା ଓ ମାଟି ଧସିବା ଯୋଗୁଁ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି।
ଭୁବନେଶ୍ୱରରୁ ଛାଡ଼ିବାକୁ ଥିବା କୋଣାର୍କ ଏକ୍ସପ୍ରେସ ବାତିଲ
Popular Categories



