www.samajalive.in
Thursday, December 11, 2025
18.1 C
Bhubaneswar

ଜଳବନ୍ଦି ଅବସ୍ତାରେ କାଲିମେଳା; ପୋଲ ଉପରେ ୪ ଫୁଟ ଉଚ୍ଚରେ ବନ୍ୟାପାଣି ପ୍ରବାହିତ

କାଲିମେଳା : ମାଲକାନଗିରି ଜିଲା କାଲିମେଳା ବ୍ଲକରେ ପୁଣିଥରେ ବନ୍ୟାପରିସ୍ଥିତି ସୃଷ୍ଟି ହୋଇଛି। ଗୋଟିଏ ଦିନ ଆଗରୁ ରାଜ୍ୟ ରାଜସ୍ୱମନ୍ତ୍ରୀ ସୁଦାମ ମାରାଣ୍ଡି ଓ ଏସଆରସି ବିଷ୍ଣୁପଦ ସେଠି ଏକ ଦିନିଆ ମାଲକାନଗିରି ଗସ୍ତରେ ଆସି ଏଠାରେ ଦେଖାଦେଇଥିବା ବନ୍ୟା ସ୍ଥିତି ସମୀକ୍ଷା କରି ଫେରିବାର ପ୍ରାୟ ୨୪ଘଣ୍ଟ।। ନ ପୁରୁଣୁ ଜିଲ୍ଲାରେ ପୁଣି ବନ୍ୟା ସ୍ଥିତିର ସମ୍ମୁଖୀନ ହୋଇଛନ୍ତି ଜିଲ୍ଲାବାସୀ। ଗତ ୩ଦିନ ପୂର୍ବେ ଜିଲ୍ଲାରେ ବନ୍ୟାପରିସ୍ଥିରି ଦେଖାଦେଇଥିଲା। ତେବେ ପୁଣି ଗୁରୁବାର ରାତିଠାରୁ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷାା ଆରମ୍ଭ ହେବା ହେତୁ ଜିଲ୍ଲାର କାଲିମେଳା ଅଞ୍ଚଳର ବିଭିନ୍ନ ନଦୀ ଓ ନାଳରେ ବନ୍ୟାଜଳ ପ୍ରଭାହିିତ ହେଉଛି। ବିଭିନ୍ନ ପୋଲ ଉପରେ ବନ୍ୟାପାଣି ପ୍ରଭାହିତ ହେବା ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଛି। ଗତକାଲି ଠାରୁ ଆଜି ପର୍ଯ୍ୟନ୍ତ କାଲିମେଳା ଅଞ୍ଚଳରେ ୧୪୫ ମି.ମି ବର୍ଷା ହୋଇଥିବାର ରେକର୍ଡ଼ କରାଯାଇଥିବା ଜଣାପଡିଛି। ଗୋଟିଏ ଦିନରେ ଏତେ ପରିମାଣର ବର୍ଷା ହୋଇଥିବାରୁ କାଲିମେଳା ଅଞ୍ଚଳ ଏକ ପ୍ରକାର ଜଳବନ୍ଦୀ ହୋଇଯାଇଛି। କାଲିମେଳାକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ବନ୍ୟାଜଳରେ ବୁଡ଼ି ରହିଥିବାରୁ ଶୁକ୍ରବାର ସକାଳୁ କାଲିମେଳା ସହିତ ଅନ୍ୟ ସ୍ଥାନକୁ ଯୋଗାଯୋଗ ଏକ ପ୍ରକାର ବିଛିନ୍ନ ହୋଇପଡ଼ିଛି। କାଲିମେଳାରୁ ମାଲକାନଗିରି ଯିବା ରାସ୍ତାର ୩୨୬ନଂ ଜାତୀୟ ରାଜପଥର କାଙ୍ଗୁରୁକୋଣ୍ଡା ପୋଲ ଉପରେ ଶୁକ୍ରବାର ସକାଳୁ ପ୍ରାୟ ୪ଫୁଟର ବନ୍ୟାପାଣି ପ୍ରବାହିତ ହେଉଥିବାରୁ ମାଲକାନଗିରିରୁ କାଲିମେଳା ଯୋଗାଯୋଗ ବିଛିନ୍ନ ହୋଇପଡ଼ିଛି। ଏଠାରେ ଦୁଇପାର୍ଶ୍ବରେ ଲୋକମାନେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ରହିଥିବା ଦେଖିବାକୁ ମିଳିଥିଲା।

ସେହିପରି କାଲିମେଳା ପଡ଼ିଆ ରାସ୍ତାର କନ୍ୟାଶ୍ରମ ପୋଲ ଉପରେ ମଧ୍ୟ ୪ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ କାଲିମେଳାରୁ ପଡ଼ିଆ ବ୍ଲକକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବନ୍ଦ ରହିଥିବା ଦେଖିବାକୁ ମିଳିଛି। ଏଥିସହିତ କାଲିମେଳା ଠାରୁ କିଛି ଦୁର ଏମଭି-୯୦ ଗୁବୁଲୁର ନାଳ ଏବଂ କାଲିମେଳା ଏମଭି-୭୯ ମଧ୍ୟଭାଗରେ ଥିବା ଏମଭି-୯୬ ନାଳ ଉପରେ ୪ ଫୁଟ ବନ୍ୟାଜଳ ବନ୍ୟାଜଳ ପ୍ରବାହିତ ହେବାରୁ କାଲିମେଳାରୁ ମୋଟୁକୁ ଯୋଗାଯୋଗ ଠପ୍‍ ହୋଇଯାଇଛି। ବହୁ ଗ୍ରାମ ପାଣି ଘେରରେ ରହିଛି ଲୋକମାନେ ଜଳବନ୍ଦି ଅବସ୍ଥାରେ ରହିଛନ୍ତି। କାଲିମେଳାକୁ ସଂଯୋଗ କରୁଥିବା ଏହିସବୁ ରାସ୍ତା ବନ୍ୟାଜଳରେ ବୁଡ଼ି ରହିଥିବାରୁ ଶୁକ୍ରବାର ଦିନ ତମାମ କାଲିମେଳା ବାହ୍ୟଜଗତରୁ ଏକ ପ୍ରକାର ବିଛିନ୍ନ ହୋଇ ରହିଥିବାର ଦେଖିବାକୁ ମିଳିଥିଲା। ଏଥିଯୋଗୁଁ ଯାନବାହାନ ସହ ଅନେକ ଯାତ୍ରୀ ବିଭିନ୍ନ ସ୍ଥାନରେ ଅଟକି ରହିଥିଲେ। ଲୋକମାନଙ୍କ ସହିତ ରୋଗୀମାନେ ମଧ୍ୟ ବିଭିନ୍ନ ଡ଼ାକ୍ତରଖାନାକୁ ନ ଯାଇ ପାରି ବାଟରେ ଅଟକି ରହିଥିଲେ। ବିଦ୍ୟାଳୟକୁ ଯାଉଥିବା ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀମାନେ ମଧ୍ୟ ଫେରିଆସିଥିବା ଦେଖିବାକୁ ମିଳିଥିଲା। ଗତ ସପ୍ତାହରେ ଏହିସବୁ ସ୍ଥାନମାନଙ୍କରେ ବନ୍ୟାଜଳ ପ୍ରବାହିତ ହେବାରୁ ୩୨୬ ନଂ ଜାତୀୟ ରାଜପଥର ଅନେକ ସ୍ଥାନରେ ରାସ୍ତା ବନ୍ଦ ରହିଥିଲା। ପୁଣି ଏକ ସପ୍ତାହ ଭିତରେ ପ୍ରବଳ ବର୍ଷା ଯୋଗୁଁ କାଲିମେଳା ଏକ ପ୍ରକାର ଜଳବନ୍ଦୀ ଅବସ୍ଥାରେ ରହିଛି। ଏହାସହ ଲଗାଣ ବର୍ଷାରେ ବିଭିନ୍ନ ଚାଷ ଜମି ଉପରେ ଜଳ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି। ମାଲକାନଗିରି କିମ୍ବା ପଡ଼ୋଶୀ ଛତିଶଗଡ଼ ରାଜ୍ୟରୁ କାଲିମେଳାକୁ କୌଣସି ଅତ୍ୟାବଶ୍ୟକୀୟ ସାମଗ୍ରୀ ଆସିପାରୁନାହିଁ। ସେପଟେ ବର୍ଷା ଯୋଗୁଁ ଶୁକ୍ରବାର ଓ ଶନିବାର ଦୁଇଦିନ ସମସ୍ତ ବିଦ୍ୟାଳୟ ବନ୍ଦ ରଖିବାକୁ ଜିଲ୍ଲା ଶିକ୍ଷାଅଧିକାରିଙ୍କୁ ଜିଲ୍ଲାପାଳ ନିର୍ଦ୍ଧେଷ ଦେଇଥିବା ଜଣାପଡିଛି। ପାଣିପାଗ ବିଶେଷଜ୍ଞଙ୍କ ସୂଚନା ଅନୁଯାୟୀ, ଆହୁରି ୨ରୁ ୩ ଦିନ ଲଗାଣ ବର୍ଷା ଲାଗିରହିବ। ତେବେ ଏ ନେଇ ବ୍ଲକ ପ୍ରଶାସନ ସଜାଗ ଥିବା ବେଳେ ରିଲିଫ ସାମଗ୍ରୀକୁ ମହଜୁଦ୍‍ ରଖାଯାଇଛି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories