ରାଜା ଆଚାର୍ଯ୍ୟର ଜାମିନ ଖାରଜ ପାଇଁ ହାଇକୋର୍ଟରେ ପୁଲିସ
ଭୁବନେଶ୍ବର: ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ଜେଲରୁ ମୁକୁଳିବା ପରେ କମିଶନରେଟ୍ ପୁଲିସକୁ ଚିନ୍ତା ଘାରିଛି । ପୁଣି ରାଜା ଆଚାର୍ଯ୍ୟଙ୍କୁ ଜେଲର କାଳ କୋଠରୀକୁ ପଠାଇବା ପାଇଁ କମିଶନରେଟ୍ ପୁଲିସ ଯୋଜନା କରୁଛି । ତାଙ୍କୁ ମିଳିଥିବା ସର୍ତ୍ତମୂଳକ ଜାମିନକୁ ରଦ୍ଦ କରିବା ପାଇଁ କମିଶନରେଟ୍ ପୁଲିସ ପକ୍ଷରୁ ହାଇକୋର୍ଟରେ ଆବେଦନ କରାଯାଇଛି । ରାଜାଙ୍କ ଯୋଗୁଁ କିଛି ଲୋକଙ୍କ ଜୀବନ ପ୍ରତି ବିପଦ ରହିଛି ବୋଲି କମିଶନରେଟ୍ ପୁଲିସ ଆବେଦନରେ ଦର୍ଶାଇଛନ୍ତି ।
ସୂଚନାନୁଯାୟୀ, ଗତ ଏପ୍ରିଲ ୨୦ରେ ରାଜା ଆଚାର୍ୟ ସର୍ତ୍ତମୂଳକ ଜାମିନରେ ଜେଲରୁ ମୁକୁଳିଥିଲେ । ସୋରୁମ କର୍ମଚାରୀ ଅପହରଣ ମାମଲାରେ ଜାମିନ ମିଳିଥିଲା ।