www.samajalive.in
Saturday, December 13, 2025
21.1 C
Bhubaneswar

ପାକିସ୍ତାନକୁ ଆମେରିକାର ସାମରିକ ସହାୟତାକୁ ଭାରତର ବିରୋଧ

ନୂଆଦିଲ୍ଲୀ: ନିକଟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆମେରିକା ଗସ୍ତ କରିଥିଲେ। ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ଆଲୋଚନା କରିବା ଅବସରରେ ଟ୍ରମ୍ପ ପାକିସ୍ତାନକୁ ସାମରିକ ସହାୟତା ଯୋଗାଇଦେବାକୁ ନିଷ୍ପତ୍ତି ନେଇଥିଲେ। ପାକିସ୍ତାନର ଏଫ-୧୬ ଯୁଦ୍ଧ ବିମାନ ପାଇଁ ବୈଷୟିକ ସହାୟତା​‌ ଲାଗି ୬୭୦ କୋଟି ଟଙ୍କା ମଞ୍ଜୁର କରିଥିଲା। ତେବେ ଏହାକୁ ଭାରତ ପକ୍ଷରୁ ବିରୋଧ କରାଯାଇଛି। ଭାରତ ଆମେରିକାର ଏହି ନିଷ୍ପତ୍ତିକୁ ନେଇ ଗମ୍ଭୀର ଚିନ୍ତା ବ୍ୟକ୍ତ କରିବା ସହିତ ଏ ନେଇ ଆମେରିକାକୁ ଅବଗତ କରାଇଛି। ବିଦେଶ ମନ୍ତ୍ରଣାଳୟର ଅଧିକାରୀଙ୍କ ସୂଚନା ଅନୁସାରେ ଭାରତ ନୂଆଦିଲ୍ଲୀରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୂତଙ୍କ ନିକଟରେ ଏହି ପ୍ରସଙ୍ଗ ଉଠାଇଛି।

ଗୁରୁବାର ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ରବୀଶ କୁମାର କହିଛନ୍ତି, ଦିଲ୍ଲୀରେ ଏହି ମାମଲାକୁ ଆମେରିକା ରାଷ୍ଟ୍ରଦୂତଙ୍କ ସାମନାରେ ଉପସ୍ଥାପନ କରାଯାଇଛି। ଏହାସହିତ ଭାରତୀୟ ରାଷ୍ଟ୍ରଦୂତ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା ୱାଶିଂଟନରେ ବି ଏହି ପ୍ରସଙ୍ଗ ଉଠାଇଛନ୍ତି। ଆମେରିକା ପାକିସ୍ତାନକୁ ଏପରି ସାମରିକ ସହାୟତା ଦେବାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବା ଉଚିତ। ଭାରତ ଏଥିପାଇଁ ସମସ୍ତ ପ୍ରକାର ଚାପ ପକାଇବାକୁ ଉଦ୍ୟମ ଚଳାଇଛି। ସେହିପରି ଭାରତର ବିଦେଶ ମନ୍ତ୍ରୀ ଏସ. ଜୟଶଙ୍କର ଆମେରିକାର ନିଜ ପ୍ରତିପକ୍ଷଙ୍କ ନିକଟରେ ମଧ୍ୟ ଏହି ପ୍ରସଙ୍ଗ ଉଠାଇବାର ସମ୍ଭାବନା ରହିଛି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories