www.samajalive.in
Wednesday, December 10, 2025
16.1 C
Bhubaneswar

୮୦ଲକ୍ଷ ଖର୍ଚ୍ଚ ପରେ ମଧ୍ୟ ଶୋଧନ ହୋଇ ପାରିଲାନି ଶିବଗଙ୍ଗା ପୁଷ୍କରିଣୀ

ଆରଡି : ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ବେଢା ଦକ୍ଷିଣଦ୍ୱାର ସମୁଖ ଭାଗରେ ଥିବା ଶିବଗଙ୍ଗା ପୁଷ୍କରିଣୀର ଜଳକୁ ଶୋଧନ ନିମନ୍ତେ ଗତ ୨୦୧୭ ମସିହାରେ ଜିଲା ଜଳ ନିଷ୍କାସନ ବିଭାଗ ପକ୍ଷରୁ ପ୍ରାୟ ୮୦ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଥିଲା। ଏପରିକି ପୁଷ୍କରିଣୀର ପଙ୍କ ଉଦ୍ଧାର ସହ ଚତୁଃପାର୍ଶ୍ବରେ ପାବଛ ନିର୍ମାଣ, ପ୍ରାଚେରୀ, ପଥରପ୍ୟାକିଂ, ନୂତନ ଚନ୍ଦନ ମନ୍ଦିର ନିର୍ମାଣ ନିମନ୍ତେ ବିଭାଗୀୟ ଅଧିକାରୀଙ୍କ ସହ ଜିଲା ପ୍ରଶାସନ, ମନ୍ଦିର ସେବାୟତ ଓ ପରିଚାଳନା କମିଟ ଦ୍ୱାରା ନିଷ୍ପତ୍ତି ନିଆଯାଇଥିଲା। ଏପରିକି ଏହି କାର୍ଯ୍ୟ ୧ବର୍ଷ ମଧ୍ୟରେ ସମାପନ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଜିଲା ଜଳ ନିଷ୍କାସନ ବିଭାଗକୁ ମଧ୍ୟ ପରାମର୍ଶ ଦିଆଯାଇଥିଲା। ହେଲେ କାର୍ଯ୍ୟରତ ଠିକାଦାର ମନଇଛା କାର୍ଯ୍ୟ କରିବା ସହ ଦୀର୍ଘ ୨ବର୍ଷ ଧରି ପୁଷ୍କରିଣୀକୁ ଶୁଖାଇ ରଖିବା ସହିତ ମନ୍ଥର ଗତିରେ କାର୍ଯ୍ୟ କରିଥିଲା। ତାହାସହ ପୁଷ୍କରୀଣି ମଧ୍ୟରୁ ଆବଶ୍ୟକତା ଅନୁଯାୟୀ ପଙ୍କ ଉଦ୍ଧାର ନକରିବା, ଚତୁଃପାର୍ଶ୍ବରେ ଷ୍ଟିଲବାଡା ଅତି ନିମ୍ନମାନର ଲଗାଇବା ଆଦି ଜିଲା ପ୍ରଶାସନ ନିକଟରେ ଅଭିଯୋଗ ହେବା ଫଳରେ ଜୈନିକ ଠିକାଦାର ୨୦୧୯ ମସିହା ଜାନୁଆରୀରେ ତରବରିଆ ଭାବେ କାର୍ଯ୍ୟ ପୂର୍ଣ୍ଣାଙ୍ଗ କରି ଚାଲିଯାଇଥିଲା। ସବୁଠାରୁ ବଡ଼ କଥା ହେଲା ପୁଷ୍କରିଣୀ ମଧ୍ୟରେ ଯେଉଁ ଚନ୍ଦନ ମନ୍ଦିର ଥିଲା ତାକୁ ଭାଙ୍ଗି ନୂତନ ମନ୍ଦିର ନିର୍ମାଣ ପାଇଁ କାର୍ଯ୍ୟାଦେଶ ରହିଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଅଣଦେଖା ଯୋଗୁ ଜୈନିକ ଠିକାଦାର ମନ୍ଦିର ନିର୍ମାଣ ପାଇଁ ଅର୍ଥ ଅଭାବ ଦର୍ଶାଇ କାମ କରିନଥିଲା। ଏପଟେ ପୁଷ୍କରିଣୀ ପୁନରୁଦ୍ଧାର କାର୍ଯ୍ୟ ସରିବାର ୭ମାସ ବିତିଯାଇଥିଲେ ମଧ୍ୟ ପୁଷ୍କରୀଣୀ ଜଳ ପୂର୍ବପରି ପ୍ରଦୂଶିତ ହୋଇ ପଡଛି। ଫଳରେ ବିଗତ ୩ବର୍ଷ ହେଲା ମଣିବାବଙ୍କ ନୀତିକାନ୍ତି ଓ ସେବା ପୂଜା ବୋରିଂ ଜଳରେ ଚାଲିଛି। ଯାହାକୁ ନେଇ ମନ୍ଦିରର ପୁରୁଖା ସେବାୟତ ତିବ୍ର ନିନ୍ଦା କରିଛନ୍ତି। ଏପରିକି ସେମାନଙ୍କ କହିବା ଅନୁ୍‍ାୟୀ ଆବାହନ କାଳରୁ ମଣିବାବାଙ୍କ ସେବାପୂଜା ଓ ନୀତିକାନ୍ତି ଶିବଗଙ୍ଗା ଜଳରେ ହୋଇ ଆସୁଥିଲା। ହେଲେ ଏବେ ପ୍ରଶାସନର ଅଣଦେଖା ଯୋଗୁ ପୁଷ୍କରିଣୀ ଜଳ ଶୋଧନ ନାମରେ ଦୀର୍ଘବର୍ଷ ହେଲା ମଣିବାବାଙ୍କ ନୀତିକାନ୍ତିରେ ବିଭିନ୍ନ ସମୟରେ ଛୋଟବଡ଼ ସମସ୍ୟା ଦେଖା ଦେଉଥିବା ସେବାୟତମାନେ ପ୍ରକାଶ କରିଛନ୍ତି।
ଏବେ ଶ୍ରାବଣମାସରେ ଜଳଲାଗି ପାଇଁ ପରମ୍ପରା ରହିଥିବାରୁ ଶ୍ରଦ୍ଧାଳୁମାନେ ବାଧ୍ୟ ହୋଇ ଉକ୍ତ ପ୍ରଦୁଷିତ ଜଳ ଆଣି ମଣିବାବାଙ୍କ ନିକଟରେ ଲାଗି କରୁଛନ୍ତି। ଅନ୍ୟପଟେ ପୁଷ୍କରିଣୀ ଜଳକୁ ଶୋଧନ କରିବା ପାଇଁ ମନ୍ଦିର ଟ୍ରଷ୍ଟ ପକ୍ଷରୁ ମଣିବାବାଙ୍କ କୋଠରୁ ପ୍ରାୟ ୨୦ହଜାର ଟଙ୍କା ଖର୍ଚ୍ଚ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପୁଷ୍କରିଣୀ ମଧ୍ୟରୁ ଦଳ ସଫେଇ ହୋଇ ପାରୁନାହିଁ। ଯାହାକୁ ନେଇ ଯାଜପୁର ଜିଲାର ଜୈନିକ ଭକ୍ତ ରମାକାନ୍ତ ବାରିକ ତିବ୍ର ନିନ୍ଦା କରିବା ସହ ମଣିବାବାଙ୍କ କୋଠଭଣ୍ଡାର ଟଙ୍କା ଏପରି ଅପବ୍ୟୟ କରିବା ଠିକ୍‍ ନୁହେଁ ବୋଲି ପ୍ରକାଶ କରିଛନ୍ତି। ତାହାସହ ପୁଷ୍କରିଣୀ ଚତୁଃପାଶ୍ୱେରେ ଯେଉଁ କୁଢ କୁଢ ଅଳିଆ ଆବର୍ଜନା ପଡିଛି ତାହା ପଷ୍କରିଣୀ ଜଳକୁ ପ୍ରଦୂଷିତ କରୁଛି ବୋଲି ଶ୍ରୀ ବାରିକ ପ୍ରକାଶ କରିଛନ୍ତି। ଏଠି ସାଧାରଣରେ ପ୍ରଶ୍ନ ଉଠିଛି ମଣିବାବାଙ୍କ ଶିବଗଙ୍ଗା ପୁଷ୍କରିଣି ଜଳର ଶୋଧନ ନିମନ୍ତେ ଯଦି ଜିଲା ଜଳ ନିଷ୍କାସନ ପକ୍ଷରୁ ୮୦ଲକ୍ଷ ଟଙ୍କା ଖର୍ଚ୍ଚ କରାଗଲା , ତାହାଲେ ଏବେ ମେଞ୍ଚେ ମେଞ୍ଚେ ଦଳ ଆସିଲା କେଉଁଠୁ, ଯାହା କାର୍ଯ୍ୟ ଠିକ ହୋଇନଥିବା ସିଧାସଳଖ ଭାବେ ବାରି ହୋଇ ପଡୁଛି। ଏପରି ମନ୍ଦିର କୋଠ ଟଙ୍କା ଖର୍ଚ୍ଚ ସର୍ମ୍ପକରେ ମନ୍ଦିର ପରିଚାଳକ ବିଦ୍ୟାଧର ପଲାଇଙ୍କୁ ପଚାରିବାରୁ ସେ କୁହନ୍ତି, ପୁଷ୍କରିଣୀ ଜଳରେ ଦଳ ଭାଷିବା ସହ ଜଳ ସମ୍ପୂର୍ଣ୍ଣ କଳା ପଡିଯିବା ଫଳରେ ମନ୍ଦିର ପକ୍ଷରୁ ବିଭିନ୍ନ ପର୍ବପର୍ବାଣୀରେ ପୁଷ୍କରିଣୀ ସଫେଇ କରାଯାଇଛି, ଏଥିପାଇଁ ପାଖାପାଖି ୨୦ହଜାର ଟଙ୍କା ଖର୍ଚ୍ଚ ହୋଇଛି।

Hot this week

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

Related Articles

Popular Categories