www.samajalive.in
Thursday, December 11, 2025
18.1 C
Bhubaneswar

ଶିକ୍ଷକ ଅଭାବ ଓ ବଦଳିକୁ ନେଇ କଟାମା ବିଦ୍ୟାଳୟ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷା କମିଟି ସଭ୍ୟଙ୍କ ରାସ୍ତା ଅବରୋଧ

ମୋହନା : ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ କଟାମା ସରକାରୀ ଉଚ୍ଚ ବିଦ୍ୟାଳୟରେ ଦିନକୁ ଦିନ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ଥ ହେବାରେ ଲାଗିଛି। ବିଗତ ବର୍ଷ ୦୭.୧୧.୨୦୧୮ରେ ଶିକ୍ଷକ ଅଭାବ ଓ ଅନ୍ୟାନ୍ୟ ସମସ୍ୟାକୁ ନେଇ ଶିକ୍ଷା କମିଟି ସଭ୍ୟ/ଅଭିଭାବକମାନେ ବିଦ୍ୟାଳୟରେ ତାଲା ଝୁଲାଇଥିଲେ। ବାରମ୍ବାର ବିଦ୍ୟାଳୟର ବିଭିନ୍ନ ସମସ୍ୟାକୁ ନେଇ ଉଚ୍ଚ କତୃପକ୍ଷଙ୍କଠାରେ ଲିଖିତ ଓ ମୌଖିକ ଭାବେ ଜଣାଇଥିଲେ ମଧ୍ୟ ଏହାର ସୁଫଳ ନିମିଳିବା ଯୋଗୁଁ ଅଞ୍ଚଳବାସୀ ବିଦ୍ୟାଳ୍ୟୟରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ତାଲା ଝୁଲିବ ବୋଲି କହିଥିଲେ। କିନ୍ତୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ନଦେବାରୁ ବୁଧବାର ପୁଣି ଅଞ୍ଚଳବାସୀଙ୍କ ପକ୍ଷରୁ ବିଦ୍ୟାଳୟରେ ତାଲା ବନ୍ଦ କରି ଛାତ୍ରଛାତ୍ରୀମାନେ ରାଜରାସ୍ତାକୁ ମଧ୍ୟ ଅବରୋଧ କରିଥିଲେ।
ପ୍ରକାଶ ଥାଉକି, ଉକ୍ତ ବିଦ୍ୟାଳୟରେ ମୋଟ ଛାତ୍ରଛାତ୍ରୀ ସଂଖ୍ୟା ୪୫୦ ହୋଇଥିବା ବେଳେ ଆଦିବାସୀ ଛାତ୍ରୀମାନଙ୍କ ପାଇଁ ୧୦୦ ସଯ୍ୟା ବିଶିଷ୍ଟ ଛାତ୍ରୀନିବାସ ରହିଛି। ଏଠାରେ ଏମ୍‍.ଇ ସ୍କୁଲ ପାଇଁ ୮ ଜଣ ଶିକ୍ଷକ ରହିଥିବା ବେଳେ ହାଇସ୍କୁଲ ପାଇଁ ଆଦୌ ଶିକ୍ଷକ ନାହାନ୍ତି। ଯାହା ଫଳରେ ହାଇସ୍କୁଲ ଛାତ୍ରଛାତ୍ରୀମାନଙ୍କ ପାଠ ପଢାରେ ବ୍ୟାଘାତ ସୃଷ୍ଟି ହେଉଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି। ଏପରି ସ୍ଥଳେ ବିଦ୍ୟାଳୟର ଶିକ୍ଷକ ଗୋପାଳ ଚନ୍ଦ୍ର ପ୍ରଧାନ ଓ ପ୍ରଶାନ୍ତ କୁମାର ରାୟଙ୍କୁ ଅନ୍ୟତ୍ର ବଦଳି କରାଯାଇଥିବାରୁ ଏଥିରେ ଅସନ୍ତୋଷ ହୋଇ ଶିକ୍ଷା କମିଟି ସଭ୍ୟ ଓ ଅଭିଭାବକମାନେ ବୁଧବାର ବିଦ୍ୟାଳୟରେ ତାଲା ଝୁଲାଇଥିଲେ। ଶିକ୍ଷକଙ୍କ ବଦଳିକୁ ରଦ୍ଦ କରିବା ପାଇଁ ଜିଲା ଶିକ୍ଷାଧିକାରୀ ଓ ବ୍ଳକ ଶିକ୍ଷାଧିକାରୀଙ୍କୁ ଶିକ୍ଷା କମିଟି ଜଣାଇଥିଲେ ମଧ୍ୟ ଆଖି ଦୃଷ୍ଟିଆ ପଦକ୍ଷେପ ଉଚ୍ଚ କତୃପକ୍ଷ ନନେବାରୁ ସେମାନେ ବାଧ୍ୟ ହୋଇ ବିଦ୍ୟାଳୟରେ ତାଲା ଝୁଲାଇଥିଲେ। ପୁନଃ ୨ ଜଣ ଶିକ୍ଷକଙ୍କୁ ବିଦ୍ୟାଳୟରେ ଅବସ୍ଥାପିତ କରିବା ପାଇଁ ସେମାନେ ଦାବି କରିଛନ୍ତି। ଏହି ସମସ୍ୟାର ସୁ ସମାଧାନ ନହେବା ପର୍ଯ୍ୟନ୍ତ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବିଦ୍ୟାଳୟରେ ତାଲା ଝୁଲିବ ଏବଂ ରାଜ ରାସ୍ତା ଅବରୋଧ କରାଯିବ ବୋଲି ଶିକ୍ଷା କମିଟି ସଭାପତି ତଥା ପୁର୍ବତନ ସରପଞ୍ଚ ହାଡିଆ କନ୍ଧ କହିଛନ୍ତି। ଅପରାହ୍ନରେ ଏହି ଖବର ଶୁଣି ବ୍ଳକ ସିଆରସିିସି ନିଳମଣି ମଲ୍ଲିକ ଏବଂ କିଛି କର୍ମଚାରୀ ବୁଝାସୁଝା କରି ଆନ୍ଦୋଳନକୁ ସ୍ଥଗିତ ରଖିବା ପାଇଁ କହି ଏହି ସମସ୍ୟାର ସମାଧାନ କରିବା ପାଇଁ ବ୍ଳକ ଶିକ୍ଷାଧିକାରିଙ୍କ କାର୍ଯ୍ୟାଳୟକୁ ଶିକ୍ଷା କମିଟି ସଭ୍ୟମାନେ ଆସିଥିବା ଜଣାପଡିଛି। ଶିକ୍ଷା କମିଟି ସଭ୍ୟ ପ୍ରତାପ ଚନ୍ଦ୍ର ମନ୍ତ୍ରୀ, ସୁରେଶ କୁମୁଠିମାଝୀ, ସୁଶାନ୍ତି କନ୍ଧ ଆଦି ଉପସ୍ଥିତ ଥିଲେ।

Hot this week

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

Related Articles

Popular Categories