ନୂଆଦିଲ୍ଲୀ: ଗୋଷ୍ଠୀ ସ୍ଥରରେ ନୂତନ ଚିନ୍ତାଧାରାକୁ ପ୍ରୋତ୍ସାହିତ କରିବା ପାଇଁ ଆଜି ପେଟ୍ରୋଲ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀରେ ଅଟଳ ଗୋଷ୍ଠୀ ନବସୃଜନ କେନ୍ଦ୍ରର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ନୂତନ ଚିନ୍ତାଧାରାକୁ ପ୍ରୋତ୍ସାହନ ଦେବ ଯାହା ମୌଳିକ ସମସ୍ୟା ଗୁଡିକର ସମାଧାନ କରିପାରିବ ଏବଂ ସମାଜର ଉପକାରରେ ଆସିବା। ଏହି କେନ୍ଦ୍ରର ଶୁଭାରମ୍ଭ କରି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ୨୦୧୫ ସୁଦ୍ଧା ଭାରତକୁ ୫ ନିୟୁତ ଡଲାର ଅର୍ଥ ବ୍ୟବସ୍ଥାରେ ପରିଣତ କରିବା ଲକ୍ଷ୍ୟ ପୁରାଣ ଦିଗରେ ଏହି ଅଟଳ ଗୋଷ୍ଠୀ ନବସୃଜନ କେନ୍ଦ୍ର ମହତ୍ଵପୁର୍ଣ ଭୂମିକା ଗ୍ରହଣ କରିବ। ନୂତନ ଚିନ୍ତାଧାରାକୁ କାର୍ଯ୍ୟରେ ପ୍ରୟୋଗ କରିବ ଲାଗି ପ୍ରତ୍ୟେକ ଗାଁରେ ନବସୃଜନ କେନ୍ଦ୍ର ଖୋଲିବା ଲାଗି ନୀତି ଆୟୋଗ ପଦକ୍ଷେପ ନେବେ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି।
ନୀତି ଆୟୋଗ ଅଧ୍ୟକ୍ଷ ରାଜୀବ କୁମାର କହିଛନ୍ତି, ଦୁର୍ବଳ ମୌଳିକ ସଂରଚନା ବିଶିଷ୍ଟ ୪୮୪ଟି ଜିଲ୍ଲାରେ ଅଟଳ ଗୋଷ୍ଠୀ ନବସୃଜନ କେନ୍ଦ୍ର ଖୋଳାଯାଉଛି ଯାହା ଫଳରେ ଦେଶରେ ନୂତନ ଚିନ୍ତାଧାରାର ବିକାଶ ହୋଇପାରିବ। ନୀତି ଆୟୋଗ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅମିତାଭ କାନ୍ତ କହିଛନ୍ତି, ଅଟଳ ନବସୃଜନ ମିଶନ ଦେଶର ଶିକ୍ଷା ପ୍ରଣାଳୀରେ ବ୍ୟାପକ ପରିବର୍ତ୍ତନ ଆଣିଛି। ସେ କହିଛନ୍ତି ଯେ ସରକାର ସମସ୍ତ ଗ୍ରାମ, ପଛୁଆ ଏବଂ ଆକାଂକ୍ଷିତ ଜିଲ୍ଲାରେ ନୂତନ ଚିନ୍ତାଧାରାର ପ୍ରୟୋଗକୁ ସୁଯୋଗ ଦେଉଛନ୍ତି ଯାହା ଦେଶକୁ ବିକାଶର ନୂଆ ସ୍ଥରକୁ ନେବାରେ ସାହାଯ୍ୟ କରିବ।



