www.samajalive.in
Saturday, December 13, 2025
26.1 C
Bhubaneswar

ଆମେରିକାରେ ଚାରୋଟି ବ୍ୟାଙ୍କ ଲୁଟିଥିବା ମହିଳା ‘ପିଙ୍କ ଲେଡି ବନ୍ଦିତ’ ଗିରଫ

ନ୍ୟୁୟର୍କ . – ଆମେରିକାରେ ଜଣେ ୩୬ ବର୍ଷୀୟା ମହିଳା ବ୍ୟାଙ୍କ ଲୁଟୁଥିଲେ । ଗୋଟିଏ କି ଦୁଇଟି ନୁହେଁ ଚାରି ଚାରିଟି ବ୍ୟାଙ୍କ ଲୁଟିଥିବା ଅଭିଯୋଗ ତାଙ୍କ ନାମରେ ରହିଛି ।ବାୟେଜ୍‌ ନାମକ ଏହି ମହିଳା ଜଣଙ୍କ ଲୁଟ୍‌ ସମୟରେ ଗୋଲାପି ବା ପିଙ୍କ ରଙ୍ଗର ବ୍ୟାଗ ଧରୁଥିବାରୁ ‘ପିଙ୍କ ଲେଡି ବନ୍ଦିତ’ ନାମରେ ଜଣାଶୁଣା । ତାଙ୍କୁ ଧରିବା ପାଇଁ ୧୦ ହଜାର ଆମେରିକୀୟ ଡଲାର ବା ଭାରତୀୟ ମୁଦ୍ରାରେ ପ୍ରାୟ ୭୦ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା ।

ଜୁଲାଇ ୨୦ ତାରିଖରେ ସେ ପେନ୍‌ସିଲ୍‌ଭାନିଆର କାରଲିସ୍ଲେରେ ଥିବା ଓରସଷ୍ଟାଇନ୍‌ ବ୍ୟାଙ୍କକୁ ଲୁଟ୍‌ କରିଥିଲେ । ଏହାପରେ ସେ ଜୁଲାଇ ୨୩ ତାରିଖରେ ଡେଲାଓ୍ୱେର୍‌ରେ ଥିବା ଏମ୍ ଆଣ୍ଡ ଟି ବ୍ୟାଙ୍କକୁ ଲୁଟିଥିଲେ । ଏହାର ଗୋଟିଏ ଦିନ ପରେ ବାୟେଜ୍‌ ନର୍ଥ କାରୋଲିନାରେ ଥିବା ଆୟଡେନ୍‌ରେ ଥିବା ସଦର୍ନ ବ୍ୟାଙ୍କ ଲୁଟ୍‌ କରିଥିଲେ । ବାୟେଜ୍‌ଙ୍କୁ ତାଙ୍କର ଜଣେ ପୁରୁଷ ବନ୍ଧୁ ଲୁଟ୍‌ କରିବାରେ ସହାୟତା କରୁଥିଲେ । ଲୁଟ୍‌ ବେଳେ ସେ ସାଧାରଣତଃ ବେସ୍‌ ବଲ କ୍ୟାପ ଓ କଳା ଚଷମା ପିନ୍ଧୁଥିଲେ ।

- Advertisement -

ଛୋଟ ଛୋଟ ସହରରେ କମ୍‌ ସୁରକ୍ଷାରେ ଥିବା ବ୍ୟାଙ୍କ ତାଙ୍କ ନିଶାଣରେ ଥିଲା । ପରେ ଏଫ୍‌ବିଆଇ ପକ୍ଷରୁ ତାଙ୍କୁ ଓ ତାଙ୍କର ପୁରୁଷ ବନ୍ଧୁଙ୍କୁ ଗିରଫ କରାଯାଇଛି । ସେ ଅନ୍ୟ କୌଣସି ଅପରାଧରେ ସ ସାମିଲ ଅଛନ୍ତି କି ନାହିଁ ସେ ବିଷୟରେ ତଦନ୍ତ ଚାଲିଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories