www.samajalive.in
Sunday, December 7, 2025
26.1 C
Bhubaneswar

ଫେଲୋସିପ ଯୋଜନାରେ ସାମିଲ ହେବ ନେପାଳୀ ଓ ସାନ୍ତାଳୀ ଭାଷା

ନୂଆଦିଲ୍ଲୀ: ନେପାଳୀ ଓ ସାନ୍ତାଳୀ ଭାଷାର ବିକାଶ ଓ ଅଧିକ ଗବେଷଣା ପାଇଁ ଫେଲୋସିପ ଦିଆଯିବ। ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ଥିବା ଏହି ଦୁଇଟି ଭାଷା ନେପାଳୀ ଓ ସାନ୍ଥାଳୀକୁ ସଂସ୍କୃତି ମନ୍ତ୍ରଣାଳୟର ବରିଷ୍ଠ ଓ କନିଷ୍ଠ ଫେଲୋସିପ ଯୋଜନାରେ ସାମିଲ କରାଯିବାକୁ ନିଷ୍ପତ୍ତି ହୋଇଛି। ଏଥିରେ ଅସାଧାରଣ ପ୍ରତିଭାସମ୍ପନ୍ନ କଳାକାରମାନଙ୍କୁ ବରିଷ୍ଠ ଓ କନିଷ୍ଠ ଫେଲୋସିପ ଦିଆଯିବା ସହ ସାହିତ୍ୟ ସମ୍ପର୍କିତ ଉପକ୍ଷେତ୍ରରେ ଏହି ଦୁଇଟି ଭାଷାକୁ ସାମିଲ କରାଯିବ ବୋଲି କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ କହିଛନ୍ତି।

ଏହି ଫେଲୋସିପ ଗବେଷଣା ସଂକ୍ରାନ୍ତ ପ୍ରକଳ୍ପ ଲାଗି ଦିଆଯାଇଥାଏ ଯେଉଁଥିରେ ଗବେଷଣା ଲାଗି ପ୍ରାର୍ଥୀ ୨୨ଟି ଭାଷାରେ ଆବେଦନ ଦାଖଲ କରିପାରିବେ। ଏହି ୨୨ଟି ଭାଷାରେ ଇଂରାଜୀ ଓ ଖାସୀ ଭାଷା ସମେତ ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ସାମିଲ ୨୦ଟି ଭାଷା ରହିଛି। ସେଗୁଡିକ ହେଉଛି ଆସାମୀ, ବଙ୍ଗଳା, ବୋଡୋ, ଡୋଗରୀ, ଗୁଜରାଟୀ, ହିନ୍ଦୀ, କନ୍ନଡ଼, କାଶ୍ମୀରୀ, କୋଙ୍କଣୀ, ମୈଥିଳୀ, ମାଲାୟାଲମ, ମଣିପୁରୀ, ମରାଠୀ, ଓଡ଼ିଆ, ପଞ୍ଜାବୀ, ସଂସ୍କୃତ, ସିନ୍ଧୀ, ତାମିଲ, ତେଲଗୁ ଓ ଊର୍ଦ୍ଦୁ।

Hot this week

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

Related Articles

Popular Categories