www.samajalive.in
Monday, December 8, 2025
24.1 C
Bhubaneswar

ତିନି ଦିନିଆ ମୋଜାମ୍ବିକ ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ତାଙ୍କର ପ୍ରଥମ ବିଦେଶ ଗସ୍ତରେ ଯାଇ ମୋଜାମ୍ବିକ୍‍ର ରାଜଧାନୀ ମୋପୁଟୋରେ ପହଞ୍ଚିଛନ୍ତି। ତାଙ୍କର ଏହି ତିନିଦିନିଆ ଗସ୍ତ କାଳରେ ଦୁଇ ଦେଶ ମଧ୍ୟରେ ସାମରିକ ସହଯୋଗ କ୍ଷେତ୍ରରେ ତିନୋଟି ରାଜିନାମା ସ୍ୱାକ୍ଷରିତ ହେବ। ଏହି ଦକ୍ଷିଣ ଆଫ୍ରିକୀୟ ରାଷ୍ଟ୍ରରେ ପହଞ୍ଚିବା ପରେ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ମୋଜାମ୍ବିକ୍‍ ସହ ସମ୍ପର୍କ ନିବିଡ଼ କରିବାକୁ ଭାରତ ଆଗ୍ରହୀ। ପ୍ରତିରକ୍ଷା ମନ୍ତ୍ରୀ ଗତକାଲି ମୋଜାମ୍ବିକ୍‍ର ସାମରିକ ମୁଖ୍ୟାଳୟ ପରିଦର୍ଶନ କରିଥିଲେ। ତାଙ୍କର ଗସ୍ତ ଅବସରରେ ସେ ସେଠାକାର ରାଷ୍ଟ୍ରପତି, ପ୍ରତିରକ୍ଷା ମନ୍ତ୍ରୀ, ବୈଦେଶିକ ମନ୍ତ୍ରୀ ଓ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ସହ ଆଲୋଚନା କରିବେ।

ଭାରତ ଏବଂ ମୋଜାମ୍ବିକ ସାମରିକ ସହଯୋଗ ବୃଦ୍ଧି ଦିଗରେ କେତେକ ବୁଝାମଣା ପତ୍ର ସ୍ଵାକ୍ଷର କରିବେ। ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ମୋଜାମ୍ବିକକୁ ଦୁଇଟି ଇଣ୍ଟରସେପ୍ଟର ବୋଟ ଓ ୪୪ଟି ଏସୟୁଭି ହସ୍ତାନ୍ତର କରିବେ। ୨୦୧୬ ଜୁଲାଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୋଜାମ୍ବିକ ଗସ୍ତ ପରେ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ଉନ୍ନତି ଘଟିଛି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories