www.samajalive.in
Monday, December 8, 2025
24.1 C
Bhubaneswar

ଋଷିକେଶରେ ମାଟି ଅତଡ଼ା ଖସି ୪ କାଉଡ଼ିଆ ମୃତ

ଋଷିକେଶ : ଉତ୍ତରାଖଣ୍ଡ ଟିହରୀ-ଗଢୱାଲ ଜିଲାରେ ରବିବାର ମାଟି ଅତଡ଼ା ଖସି ୪ ଜଣ କାଉଡ଼ିଆ (ଶିବ ଭକ୍ତ)ଙ୍କ ମୃତ୍ୟୁ ଘଟିଛି। ଏଥିରେ ଆଉ କେତେକ କାଉଡ଼ିଆ ଗୁରୁତର ହୋଇଛନ୍ତି ଓ ସେମାନଙ୍କୁ ଋଷିକେଶସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ ଟିହରୀ ନରେନ୍ଦ୍ରନଗର ଅଞ୍ଚଳର କେତେକ କାଉଡ଼ିଆ ଯାତ୍ରୀ ଏକ ଟାଟାସୁମୋରେ ଋଷିକେଶ ଯାଉଥିଲେ। ଏନଏଚ-୯୪ର ନରେନ୍ଦ୍ରନଗର ନିକଟ ଏକ ପାହାଡ଼ ପାର୍ଶ୍ବରେ ବଡ଼ ମାଟି ଅତଡ଼ା ଖସି ସେମାନଙ୍କ ଗାଡ଼ି ଉପରେ ପଡିଥିଲା। ମାଟି ଅତଡ଼ା ତଳେ ଚାପି ହୋଇ ୪ କାଉଡ଼ିଆ ଭକ୍ତଙ୍କ ମୃତ୍ୟୁ ଘଟିଛି ଓ ଅନ୍ୟ କେତେକ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଦୁର୍ଘଟଣାପରେ ସ୍ଥାନୀ ଲୋକଙ୍କ ସହାୟତାରେ ପୁଲିସ୍‍ ଏବଂ ଏସଆରଏଫ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଅଭିଯାନ ଆରମ୍ଭ କରିଥିଲେ। ଗୁରୁତରଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଋଷିକେଶସ୍ଥିତ ଏମ୍ସକୁ ପଠାଯାଇଛି। ମାଟି ଅତଡ଼ା ତଳେ ଆଉ କିଛି କାଉଡ଼ିଆ ଭକ୍ତ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories