www.samajalive.in
Monday, December 8, 2025
24.1 C
Bhubaneswar

ରାତି ୭ଟା ମୁଖ୍ୟ ଖବର

ବଡ଼ଖବର:

# ଆକାଶବାଣୀର ମନ୍‍ କି ବାତ୍‍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

– ଜମ୍ମୁ-କାଶ୍ମୀର ଜନସାଧାରଣ ସୁଶାସନ ଚାହାନ୍ତି, ଯେଉଁମାନେ ସେଠାରେ ଘୃଣାଭାବ ଜାଗ୍ରତ କରୁଛନ୍ତି ଏବଂ ବିଭିନ୍ନ ବାଧା ସୃଷ୍ଟି କରୁଛନ୍ତି, ସେମାନେ ନିଜର ଏହି ମନ୍ଦ ଉଦ୍ଦେଶ୍ୟରେ କେବେବି ସଫଳ ହୋଇପାରିବେ ନାହିଁ।

- Advertisement -

-ଚନ୍ଦ୍ରଯାନ-୨କୁ ସଫଳତାର ସହ ମହାକାଶକୁ ଉତ୍‍କ୍ଷେପଣ କରାଯାଇଥିବାରୁ ୨୦୧୯ ବର୍ଷକୁ ପ୍ରଧାନମନ୍ତ୍ରୀ ମହାକାଶ ଅଭିଯାନ କ୍ଷେତ୍ରରେ ଏକ ସଫଳ ବର୍ଷ  ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

-ରାଜ୍ୟ ସରକାରଙ୍କ ସହିତ ମିଶି କେନ୍ଦ୍ର ସରକାର ଯୁଦ୍ଧକାଳୀନ ଭିତ୍ତରେ ବନ୍ୟା ପ୍ରଭାବିତ ଲୋକଙ୍କୁ ରିଲିଫ୍‍ ଓ ସହାୟତା ଯୋଗାଇ ଦେବେ ବୋଲି ଶ୍ରୀ ମୋଦୀ କହିଛନ୍ତି।

# କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍‍. ୟେଦିୟୁରାପ୍ପା ଆସନ୍ତାକାଲି ବିଧାନସଭାରେ ନିଜର ସଂଖ୍ୟାଗରିଷ୍ଠତା ପ୍ରମାଣ ଦେବେ।

# ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ଅଭିଯୋଗରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‍ଆଇଏ) ପକ୍ଷରୁ ଆଜି ଜମ୍ମୁ-କାଶ୍ମୀର ବାରମୂଲା ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି।

# ରାଜ୍ୟରେ ଆଜିଠାରୁ ମାଓବାଦୀଙ୍କ ଶହୀଦ ସପ୍ତାହ, ମାଓ ଅଧ୍ୟୁଷିତ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି।

# ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟରେ ମୌସୁମୀ ପୁଣି ସକ୍ରିୟ, ଅନେକ ସ୍ଥାନରେ ପ୍ରବଳ ବର୍ଷା

ଆଞ୍ଚଳିକ :

# ବାଲେଶ୍ୱର ଜିଲ୍ଲା ବାଲିଆପାଳର ଏକ ଢ଼ାବାରେ ନାବାଳକର ମୃତ୍ୟୁ ଘଟଣାର ଆଜିଠାରୁ ଏଚ୍‍ଆର୍‍ପିସି ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ବାଲିଆପାଳରେ ଏଚ୍‍ଆର୍‍ପିସିର ୪ ଜଣିଆ ଟିମ୍‍ ପହଞ୍ଚି ସରଜମିନ ତଦନ୍ତ ଆରମ୍ଭ କରିଛି।

# ଆଜିଠାରୁ ମାଓବାଦୀଙ୍କ ଶହୀଦ ସପ୍ତାହ ;  ମାଓ ଅଧ୍ୟୁଷିତ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି। ଶହୀଦ ସପ୍ତାହ ପାଳନର ପ୍ରଥମ ଦିନରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଆଦି ଜିଲ୍ଲାରେ ସମସ୍ତ ସରକାରୀ ବସ ଚଳାଚଳ ବନ୍ଦ ରହିଛି । ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖାଯାଇଛି।

# ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟରେ ମୌସୁମୀ ପୁଣି ସକ୍ରିୟ ଅନେକ ସ୍ଥାନରେ ବର୍ଷା ଜାରି, ଆସନ୍ତା ୩୧ରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି।

ଜାତୀୟ :

# ଆକାଶବାଣୀର ମନ୍‍ କି ବାତ୍‍ କାର୍ଯ୍ୟକ୍ରମ ଜରିଆରେ ଦେଶବାସୀଙ୍କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

-ଜମ୍ମୁ-କାଶ୍ମୀର ଜନସାଧାରଣ ସୁଶାସନ ଚାହାନ୍ତି,ତେବେ ଯେଉଁମାନେ ସେଠାରେ ଘୃଣାଭାବ ଜାଗ୍ରତ କରୁଛନ୍ତି ଏବଂ ବିଭିନ୍ନ ବାଧା ସୃଷ୍ଟି କରୁଛନ୍ତି, ସେମାନେ ନିଜର ଏହି ମନ୍ଦ ଉଦ୍ଦେଶ୍ୟରେ କେବେବି ସଫଳ ହୋଇପାରିବେ ନାହିଁ।

-ଚନ୍ଦ୍ରଯାନ-୨କୁ ସଫଳତାର ସହ ମହାକାଶକୁ ଉତ୍‍କ୍ଷେପଣ କରାଯାଇଥିବାରୁ ୨୦୧୯ ବର୍ଷକୁ ପ୍ରଧାନମନ୍ତ୍ରୀ ମହାକାଶ ଅଭିଯାନ କ୍ଷେତ୍ରରେ ଏକ ସଫଳ ବର୍ଷ ଭାବେ ଅଭିହିତ କରିଛନ୍ତି।

-ରାଜ୍ୟ ସରକାରଙ୍କ ସହିତ ମିଶି କେନ୍ଦ୍ର ସରକାର ଯୁଦ୍ଧକାଳୀନ ଭିତ୍ତରେ ବନ୍ୟା ପ୍ରଭାବିତ ଲୋକଙ୍କୁ ରିଲିଫ୍‍ ଓ ସହାୟତା ଯୋଗାଇ ଦେବେ।

# ସନ୍ତ୍ରାସବାଦୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ଅଭିଯୋଗରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‍ଆଇଏ) ପକ୍ଷରୁ ଆଜି ଜମ୍ମୁ-କାଶ୍ମୀର ବାରମୂଲା ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି।

# କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍‍. ୟେଦିୟୁରାପ୍ପା ଆସନ୍ତାକାଲି ବିଧାନସଭାରେ ନିଜର ସଂଖ୍ୟାଗରିଷ୍ଠତା ପ୍ରମାଣ ଦେବେ।

# ବିହାରର ଛାପରା ଜିଲାର ଡ଼ୋଇଲା ଗ୍ରାମରେ ରବିବାର ଅପରାହ୍ଣରେ ଏକ ପୋଖରୀରେ ବୁଡ଼ି ୭ ଜଣ ବାଳକଙ୍କ ମୃତ୍ୟୁ ଘଟିଛି ଓ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତର ୩ ବାଳକଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

# ପଶ୍ଚିମବଙ୍ଗରେ ରାଜନୈତିକ ହିଂସା  ଜାରି,  ଆଜି ହୁଗୁଳି ଜିଲା ଗାୟଘାଟର ଏକ ନାଳରୁ ବିଜେପି ନେତା କାଶୀନାଥ ଘୋଷଙ୍କ ଶବ ମିଳିଛି।

 # ଇଣ୍ଡୋନେସିଆରେ ଅନୁଷ୍ଠିତ ପ୍ରେସିଡେଣ୍ଟ କପ୍‌ ବକ୍ସିଂ ଟାଇଟେଲ୍‌ରେ ୬ ଥରର ବିଶ୍ୱ ବିଜୟିନୀ ଏମ୍.ସି  ମେରିକମ୍‌ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।

 

ଆନ୍ତର୍ଜାତୀୟ :

# ରାଷ୍ଟ୍ରପତି ରାମନାଥ କୋବିନ୍ଦ ତିନୋଟି ଆଫ୍ରିକୀୟ ରାଷ୍ଟ୍ର ବେନିନ୍‍, ଗାମ୍ବିଆ ଓ ଗୁଇନିଆ ଅଭିମୁଖେ ଆଜି ଯାତ୍ରା କରିଛନ୍ତି। ପଶ୍ଚିମ ଆଫ୍ରିକୀୟ ଦେଶକୁ ଏହା ହେଉଛି ଭାରତର ଜଣେ ରାଷ୍ଟ୍ରମୁଖ୍ୟଙ୍କ ପ୍ରଥମ ଗସ୍ତ।

-ଏହି ସପ୍ତାହବ୍ୟାପୀ ଗସ୍ତରେ କେନ୍ଦ୍ରମନ୍ତ୍ରୀ ପ୍ରଚାପ ଚନ୍ଦ୍ର ଷଡ଼ଙ୍ଗୀ ଏବଂ ସାଂସଦ ଦିଲୀପ ଘୋଷ ମଧ୍ୟ ରାଷ୍ଟ୍ରପତିଙ୍କ ସହିତ ଯାତ୍ରା କରିଛନ୍ତି। 

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories