www.samajalive.in
Saturday, December 13, 2025
26.1 C
Bhubaneswar

୩୫-କ ଉଚ୍ଛେଦ ବାରୁଦରେ ହାତ ମାରିବା ସହ ସମାନ: ମେହବୁବା ମୁଫତି

ଶ୍ରୀନଗର : ପିଡିପି ନେତ୍ରୀ ତଥା ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ସମ୍ବିଧାନର ଧାରା ୩୭୦ ଏବଂ ୩୫-କ ବୈଧତାକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟରେ ଦାୟର ହୋଇଥିବା ପିଟିସନ ଏବଂ କେନ୍ଦ୍ର ସରକାରଙ୍କ ମନୋଭାବକୁ ନେଇ ସିଧା ସଳଖ ଧମକ ଦେଇଛନ୍ତି। ମେହବୁବା କହିଛନ୍ତି ଯେ ୩୫-କ ଛଚ୍ଛେଦ ବାରୁଦରେ ହାତ ମାରିବା ସହ ସମାନ। ୩୫-କ ଉଚ୍ଛେଦ ପାଇଁ ଉଠିଥିବା ହାତ ସହ ସମ୍ପୂର୍ଣ୍ଣ ଶରୀର ଜଳି ପାଉଁଶ ହୋଇଯିବ। ଏହା ପୂର୍ବରୁ ଜାମ୍ମୁ କାଶ୍ମୀରରେ ଅତିରିକ୍ତ ସୁରକ୍ଷା ବଳ ମୁତୟନକୁ ନେଇ ମେହବୁବା ମୁଫତି ବିବାଦୟୀ ମନ୍ତବ୍ୟ ଦେଇସାରିଛନ୍ତି। କେନ୍ଦ୍ର ସରକାର ଘାଟିରେ ଆତଙ୍କ ସୃଷ୍ଟି କରିବା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ସେ କହିଛନ୍ତି।
ପ୍ରକାଶ ଯେ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲ ଗତ ବୁଧବାର ହଠାତ ଘାଟି ଗସ୍ତରେ ଯାଇ ଶ୍ରୀନଗରରେ ପହଞ୍ଚିଥିଲେ। ସେଠାରେ ସେ ସୁରକ୍ଷା ଏବଂ ଗୁଇନ୍ଦା ବିଭାଗର ଶୀର୍ଷ ଅଧିକାରୀଙ୍କ ସହ ପୃଥକ ପୃଥକ ବୈଠକ କରିଥିଲେ। ପୁଲୱାମା ଆକ୍ରମଣ ପରେ ଫେବୃଆରୀ ୨୪ରେ କାଶ୍ମୀରକୁ ୧୦୦ ପ୍ଲାଟୁନ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ ପଠାଯାଇଥିଲା। ଅମରନାଥ ଯାତ୍ରା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ମେହବୁବା ବିରୋଧ କରିଥିଲେ। ଜୁଲାଇ ୨୬ରେ ମେହବୁବା ଟ୍ୱିଟ୍‍ କରିଥିଲେ ଯେ କେନ୍ଦ୍ର ସରକାର ଘାଟିରେ ଅତିରିକ୍ତ ୧,୦୦୦ ସୈନିକ ମୁତୟନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରିବ। କାଶ୍ମୀରରେ ସୁରକ୍ଷା ବଳଙ୍କ କୌଣସି ଆବଶ୍ୟକତା ନାହିଁ। ଜାମ୍ମୁ କାଶ୍ମୀର ମାମଲା ରାଜନୈତିକ ଅଟେ ଓ ଏହାକୁ ସେନା ସମାଧାନ କରିପାରିବ ନାହିଁ। ସରକାରଙ୍କୁ ଏହା ଉପରେ ଆଉ ଥରେ ଭାବିବ ଆବଶ୍ୟକ।
ପ୍ରକାଶ ଯେ କାଶ୍ମୀରରେ ଅଧିକ ସୁରକ୍ଷା ବଳ ମୁତୟନକୁ କେତେକ ଲୋକ ୩୫-କ ଉଚ୍ଛେଦ ପୂର୍ବରୁ କେନ୍ଦ୍ରର ପ୍ରସ୍ତୁତି ଭାବେ ଦେଖୁଛନ୍ତି। ଆତଙ୍କବାଦ ବିରୋଧୀ ଅଭିଯାନକୁ ତ୍ୱରାନ୍ୱିତ କରିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ଆଉ କେତେକ କହୁଛନ୍ତି। ଉଲ୍ଲେଖ ଯେ ସମ୍ବିଧାନର ଧାରା ୩୫-କ ଜାମ୍ମୁ-କାଶ୍ମୀରର ସ୍ଥାୟୀ ବାସିନ୍ଦାଙ୍କୁ ସ୍ୱତନ୍ତ୍ର ଅଧିକାର ଓ କ୍ଷମତା ଦେଇଛି। ଏହି ଧାରା ଅନୁଯାୟୀ ରାଜ୍ୟର ସ୍ଥାୟୀ ବାସିନ୍ଦାଙ୍କ ବ୍ୟତୀତ ଅନ୍ୟ କେହି ଜାମ୍ମୁ-କାଶ୍ମୀରରେ ସ୍ଥାବର ସମ୍ପତ୍ତି କ୍ରୟ କରିପାରିବେ ନାହିଁ କି ରାଜ୍ୟ ବାହାରର ଲୋକ ଏଠାରେ ନିଯୁକ୍ତି ପାଇପାରିବେ ନାହିଁ। ୧୯୫୪ ମେ ୧୪ରେ ରାଷ୍ଟ୍ରପତିଙ୍କ ନିର୍ଦେଶକ୍ରମେ ଏହି ଧାରାକୁ ସମ୍ବିଧାନରେ ସ୍ଥାନୀତ କରାଯାଇଛି। ଏହାଦ୍ୱାରା ସମ୍ବିଧାନର ସମାନ ଅଧିକାର, ସ୍ୱାଧୀନତା ଭଳି ଅଧିକାର କ୍ଷୂର୍ଣ୍ଣ ହେଉଥିବା ଦର୍ଶାଇ ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ଏବେ ଜାମ୍ମୁ କାଶ୍ମୀରରେ ରାଜ୍ୟପାଳ ଶାସନ ରହିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories